Thursday, October 8, 2026
22.2 C
Odisha

    ମହାକାଶରେ ଅସ୍ତ୍ର ମୁତୟନ କରିଛି ଆମେରିକା, ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ମହାକାଶରେ ଅସ୍ତ୍ର ମୁତୟନ କରିଛି ଆମେରିକା ।  ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ। ମହାକାଶରେ ଅସ୍ତ୍ର ମୁତୟନ କରିଥିବା ନେଇ ସାର୍ବଜନୀନ ଭାବେ ସ୍ୱୀକାର କରିଛି ଆମେରିକା। ପୃଥିବୀର କକ୍ଷପଥରେ ଆମେରିକାର ‘on-orbit space control weapons’ ରହିଥିବା କୁହାଯାଇଛି। ଏହି ଘୋଷଣା ପରେ ମହାକାଶରେ ନୂଆ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହେବା ନେଇ ଆଶଙ୍କା ବଢ଼ିଛି।

    ଆମେରିକାର ଯୁକ୍ତି ହେଉଛି, ମହାକାଶରେ ଚୀନ୍ ଓ ରୁଷ୍ ର ବଢ଼ୁଥିବା ସାମରିକ କ୍ଷମତା ତା’ ପାଇଁ ବଡ଼ ଚ୍ୟାଲେଞ୍ଜ। ଏହି ଦୁଇ ଦେଶ କାଉଣ୍ଟର ସ୍ପେସ୍ ଟେକ୍ନୋଲୋଜି ବିକଶିତ କରୁଥିବାରୁ ନିଜ ସାଟେଲାଇଟ୍ ଓ ମହାକାଶଭିତ୍ତିକ ସାମରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଏଭଳି କ୍ଷମତା ଆବଶ୍ୟକ ବୋଲି ଆମେରିକା କହିଛି। ତେବେ ମହାକାଶରେ ମୁତୟନ ହୋଇଥିବା ଅସ୍ତ୍ର କେଉଁ ପ୍ରକାରର, କେତୋଟି ରହିଛି ଏବଂ ଏହାର ପ୍ରକୃତ କ୍ଷମତା କ’ଣ, ସେ ସମ୍ପର୍କରେ ଆମେରିକା ବିସ୍ତୃତ ତଥ୍ୟ ସାର୍ବଜନୀନ କରିନାହିଁ।

    ଆମେରିକାର ଘୋଷଣା ପରେ କଡ଼ା ପ୍ରତିକ୍ରିୟା ଦେଇଛି ଚୀନ୍। ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି ବନ୍ଦ କରିବାକୁ ୱାଶିଂଟନ୍ କୁ କହିଛି ବେଜିଂ। ମହାକାଶର ସାମରିକୀକରଣ ଓ ଅସ୍ତ୍ରୀକରଣ ଏକ ନୂଆ ଅସ୍ତ୍ର ପ୍ରତିଦ୍ବନ୍ଦ୍ବିତାକୁ ଜନ୍ମ ଦେଇପାରେ ବୋଲି ଚୀନ୍ ଚେତାଇ ଦେଇଛି। ୧୯୬୭ର ଆଉଟର ସ୍ପେସ୍ ଟିଏଟି ଅନୁସାରେ ପୃଥିବୀର କକ୍ଷପଥରେ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟ ୱେପନ ମାସ୍ ଡେଷ୍ଟ୍ରକ୍ସନ ମୁତୟନ ଉପରେ ପ୍ରତିବନ୍ଧକ ରହିଛି।

    କିନ୍ତୁ ସମସ୍ତ ପ୍ରକାର ପାରମ୍ପରିକ ଅସ୍ତ୍ରକୁ ନେଇ ସେଭଳି ସମ୍ପୂର୍ଣ୍ଣ ନିଷେଧ ନାହିଁ। ଫଳରେ ଆମେରିକାର ଏହି ଘୋଷଣା ଏବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ସ୍ଥଳ, ଜଳ ଓ ଆକାଶ ପରେ ମହାକାଶ ପାଲଟିପାରେ ଆମେରିକା, ଚୀନ୍ ଓ ରୁଷ୍ ମଧ୍ୟରେ ପରବର୍ତ୍ତୀ ସାମରିକ ପ୍ରତିଯୋଗିତାର କ୍ଷେତ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ