Wednesday, March 18, 2026
21.1 C
Odisha

    ଜାତୀୟ ସ୍କୁଲ୍‌ ଗେମ୍ସ ବାଳକ ହକି: ଓଡ଼ିଶା ଉପବିଜେତା

    ଆଗକୁ ପଢନ୍ତୁ

    ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ୬୯ତମ ଜାତୀୟ ୧୯ବର୍ଷରୁ କମ୍‌ ସ୍କୁଲ୍‌ ଗେମ୍ସର ବାଳକ ହକିରେ ଓଡ଼ିଶା ଉପବିଜେତା ହୋଇଛି। ଚଳିତ ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲ୍‌ରେ ଆ‌ୟୋଜକ ରାଜସ୍ଥାନଠାରୁ ୨-୩ ଗୋଲ୍‌ରେ ହାରି ଅଳ୍ପକେ ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ଏହା ପୂର୍ବରୁ ଓଡ଼ିଶା ତା’ର ଲିଗ୍‌ ମ୍ୟାଚ୍‌ରେ କର୍ଣ୍ଣାଟକକୁ ୪-୨ ଏବଂ ଜମ୍ମୁ କାଶ୍ମୀରକୁ ୧୩-୧ରେ ହରାଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେଠାରେ ଉତ୍ତର ପ୍ରଦେଶକୁ ୨-୦ରେ ହରାଇ କ୍ବାର୍ଟର ଫାଇନାଲ୍‌କୁ ଯାଇଥିଲା। ସେହିଭଳି କ୍ବାର୍ଟର ଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ୨-୧ ଏବଂ ସେମିଫାଇନାଲ୍‌ରେ ହିମାଚଳପ୍ରଦେଶକୁ ୩-୧ ଗୋଲ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ସୁଜିତ କୁମାର ସାହୁ ପରିଚାଳନା ଏବଂ ଅଜୟ କୁମାର ରାଉତଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଦଳ ଏହି ସଫଳତା ଲାଭ କରିଥିଲା। ଏଥିଲାଗି ଓଡ଼ିଶା ଖେଳାଳିମାନଙ୍କୁ ପରିଷଦର ଅଧକ୍ଷ, ସଚିବ, ଉପସଚିବ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    76 %
    2.2kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ