Wednesday, September 30, 2026
28.2 C
Odisha

    ଜୀବନ ନେବାରେ ଲାଗିଛି ମୋ ବସ,ଆଖି ପିଛୁଳାକେ ଛାଡିଗଲା ପ୍ରାଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସାଧାରଣ ଲୋକଙ୍କ ପାଇଁ ଯମ ପାଲଟିଛି ମୋ ବସ। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଘଟିବାରେ ଲାଗିଛି ବଡ ଦୁର୍ଘଟଣାମାନ। ଗୋଟିଏ ଦିନ ତଳେ ଖଣ୍ଡଗିରି ଡିଏନ ରେଙ୍ଗାଲିଆ ନିକଟରେ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ସେଦିନ ରାଜଧାନୀ ରାଜରାସ୍ତାରେ ଘଟିଥିବା ଲୋମଟାଙ୍କୁରା ଦୁର୍ଘଟଣା ଭିଡିଓ ସାମ୍ନାକୁ ଆସିଛି । ମୋ ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାର ଛାତି ଥରା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଶହ ଶହ ଲୋକଙ୍କ ଭିଡରେ ଅମାନିଆ ମୋ ବସ ଚାଳକ ରାସ୍ତା କଡର ଏକ ସ୍କୁଟିକୁ ଧକ୍କା ଦେଇ ଅଧ କିଲୋମିଟର ଘୋଷାଡ଼ି ନେଉଥିବାର ଦେଖାଯାଉଛି ।ଲୋକମାନେ ହୋ ହୋ ହେଉଛନ୍ତି, ହେଲେ ନଛୋଡ ବନ୍ଧା ଡ୍ରାଇଭର ଅଧ କିଲୋମିଟର ସ୍କୁଟିକୁ ଭିଡ଼ିନେଲା । ଆଉ ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥିତି ଏବେ ଏମିତି ହୋଇଛି ଯେ ରାସ୍ତାରେ ମୋ ବସକୁ ଦେଖିଲେ ଲୋକେ ଛାନିଆ ହେଉଛନ୍ତି ।ନନ୍ଦନକାନନ ରାସ୍ତାରେ ଛୋଟ ଝିଅଟିର ମୃତ୍ୟୁ। ପୁଣି ଗତ ଶୁକ୍ରବାର ରାତିରେ ମଧ୍ୟ ଭୁବନେଶ୍ବର ପାତ୍ରପଡା ପାଖରେ ମୋ ବସ୍ ଘଟାଇଥିଲା ଦୁର୍ଘଟଣା। ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଅନ୍ୟ ୩ଜଣ ମଧ୍ୟ ବସ୍ ଧକ୍କାରେ ଆହତ ହୋଇଥିଲେ। ଏହାକୁ ନେଇ ଜନତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ବାରମ୍ବାର ମୋ ବସ୍ ଏଭଳି କାଣ୍ଡ ଘଟାଉଥିବାରୁ ତା ପାଖାପାଖି ବି ଯିବାକୁ ଡରିଲେଣି ଗାଡି ଚାଳକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ