ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା । ରାତି ପ୍ରାୟ ୧୦.୪୭ ମିନିଟରେ ଏହି ଭୂମିକମ୍ପ ଝଟକା ପ୍ରାୟ ୫ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ କିମି ଦୂର ବ୍ଲକର ସୀମାନ୍ତ ଚଢେଇମରା ଜଙ୍ଗଲ ।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି-NCS ରିପୋର୍ଟ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା । ଭୂଗର୍ଭର ୨୦ କିମି ଗଭୀରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ପ୍ରଭାବ ଚଢ଼େଇମାର ଗ୍ରାମ ନିକଟସ୍ଥ ଦେବଗଡ଼ ଜିଲ୍ଲାର ଚଢେଇମରା, ଆଉଁଳି, ପାଟକମୁଣ୍ଡା, ଟାଙ୍ଗିରି, ରାଇପାଳ, ଛେଣ୍ଡିପଦା, ଖାମର, କୋଶଳା ବାଗଡ଼ିଆ, ପାତ୍ରପଡା ଆଦି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି । ତେବେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ।
