Monday, September 21, 2026
23.7 C
Odisha

    ଜୀବିକା ମିସନ ଓ ମିସନ ଶକ୍ତିର ତୃଣମୂଳସ୍ତରର ଇସିଙ୍କ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ନିଖିଳ ଓଡ଼ିଶା ଜୀବିକା ମିସନ ଇସି ସଂଘର ମାଲକାନଗିରି ଶାଖା ତରଫରୁ ମଙ୍ଗଳବାର ଏକ ବିରାଟ ରାଲି ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ଜୀବିକା ମିସନର ନିର୍ଦ୍ଦେଶକ ତଥା ସିଇଓଙ୍କ ଦ୍ବାରା ଜିଲ୍ଲାପାଳମାନଙ୍କୁ ଜିପିଏଲଏଫ ଏବଂ ସିଏଲଏଫମାନଙ୍କରେ ସଭାପତି ଓ ସଂପାଦକ ରିଷ୍ଟ୍ରକଚରିଙ୍ଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ମାଲାକନଗିରି ଜିଲ୍ଲାର ଇସି ସଂଘ ଘୋର ବିରୋଧ କରିଛି।

    ଏନେଇ ମଙ୍ଗଳବାର ସଂଘ ତରଫରୁ ଆନ୍ଦୋଳନ କରାଯାଇଥିଲା। ଏକ ବିରାଟ ରାଲି ବ୍ଲକ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିସହ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଛି ଯେ ମହିଳା ସଶକ୍ତିକରଣର ହୃତପିଣ୍ଡ ଭାବେ କାର୍ଯ୍ୟ କରିଥାନ୍ତି ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭକରି ଜିଲ୍ଲା ପର୍ଯ୍ୟନ୍ତ ଏହି ଇସି ସଦସ୍ୟମାନେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥିକ ପରିଚାଳନାରେ ତାଲିମ ଦେବା,ପ୍ରୋତ୍ସାହିତ କରିବା ସହ ଇସି ସଭାପତି ଓ ସଂପାଦକଙ୍କ ସ୍ବାକ୍ଷରରେ ଋଣ ପ୍ରଦାନ କରାଯାଇଥାଏ।

    ୨୦୧୯ ପର୍ଯ୍ୟନ୍ତ ଏମାନେ କୌଣସି ଟଂକାଟିଏ ମଧ୍ୟ ଭତ୍ତା ଆକାରରେ ପାଉନଥିଲେ। ଯେଉଁ ପଞ୍ଚାୟତରେ ୧୮ ଜଣଙ୍କ ଠାରୁ ଅଧିକା ଇସି ରହିଛନ୍ତି, ସେମାନଙ୍କୁ ୧୮ ଜଣଙ୍କର ଭତ୍ତାକୁ ସମାନ ଭାବରେ ବଣ୍ଟନ ମଧ୍ୟ କରାଯାଉଛି। ଯଦି ସରକାର ଇସିମାନଙ୍କ ରିଷ୍ଟ୍ରକଚରିଙ୍ଗ କରନ୍ତି ତେବେ ସେମାନଙ୍କୁ ଦିଆଯାଇଥିବା ସ୍କୁଟର ଋଣ ସୁଝିବେ କିପରି ବୋଲି ପ୍ରଶ୍ନ କରିଛନ୍ତି। ଏହା ହେଲେ ମହିଳାମାନଙ୍କ ଏକତା ପରିବର୍ତ୍ତେ ଅଶାନ୍ତର ବାତାବରଣ ସୃଷ୍ଟି ହେବ ବୋଲି କୁହାଯାଇଛି।

    ସଂଘ ପକ୍ଷରୁ ଦାବି କରାଯାଇଛି ଯେ ମିସନ ଶକ୍ତି ଅଧିନସ୍ଥ ଜୀବିକା ମିଶନ ଓ ମିଶନ ଶକ୍ତି ଇସିଙ୍କ ରିଷ୍ଟ୍ରକଚରିଙ୍ଗ ବନ୍ଦ କରାଯାଉ। ଜିପିଏଲଏଫ,ସିଏଲପିଏଫ ଓ ଡିଏଲଏଫରେ ଥିବା ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଜିପିଏଲଏଫ ଓ ସିଏଲଏଫର ରିଷ୍ଟ୍ରକଚରିଙ୍ଗ ବେଳେ ସଭାପତିଙ୍କୁ ସଂପାଦକ ଓ ସଂପାଦକଙ୍କୁ ସଭାପତି ପଦରେ ଅବସ୍ଥାପିତ କରାଯାଉ। ମିଶନ ଶକ୍ତିର ଇସିମାନଙ୍କୁ ସରକାରଙ୍କ ଦ୍ବାରା ଘୋଷିତ କୁଶଳୀ ଶ୍ରମିକର ସର୍ବନିମ୍ନ ଭତ୍ତା ପ୍ରଦାନ କରାଯାଉ। ସହରାଞ୍ଚଳରେ କାର୍ଯ୍ୟ କରୁଥିବା ଇସିମାନଙ୍କୁ ମାସିକ ଭତ୍ତା ସୁନିଶ୍ଚିତ କରାଯାଉ। ଇସିମାନଙ୍କୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସିଆରପି ଓ ଏମବିକେ ପଦବୀରେ ନିଯୁକ୍ତି ଦିଆଯାଉ। ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାସିକ ଏକ ହଜାର ଟଂକା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    0.2kmh
    100 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ