Saturday, September 12, 2026
25.6 C
Odisha

    ଜେଇଇ ମେନ୍ସ ପେପର-୨ ରେଜଲ୍ଟ ପ୍ରକାଶିତ: ଟପ୍ପର ତାଲିକାରେ ଓଡ଼ିଶାର ଆଦିତ୍ୟ ନାୟକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜାନୁଆରି ୨୦୨୫ର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ପେପର-୨ ର ଫଳାଫଳ ପ୍ରକାଶ ପାଇଛି। ବିଆର୍କ ଏବଂ ବିପ୍ଲାନିଂ‌ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ‌ଜେଇଇ ମେନ୍ସର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inକୁ ଯାଇ ସେମାନଙ୍କର ଫଳାଫଳ ଦେଖିପାରିବେ। ସେମାନଙ୍କର ସ୍କୋରକାର୍ଡ ଦେଖିବା ପାଇଁ, ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ଦେବାକୁ ପଡିବ।ଜେଇଇ ମେନ୍ସ ପେପର ୨-ଏ(ବିଆର୍କ) ପାଇଁ ମୋଟ ୬୩,୪୮୧ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୪,୧୪୪ ଜଣ ପରୀକ୍ଷା ଦେଇଥିଲେ। ପେପର ୨-ବି(ବି ପ୍ଲାନିଂ) ପାଇଁ, ୨୮,୩୩୫ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୮,୫୯୬ ଜଣ ପରୀକ୍ଷା ଦେଇଥିଲେ।

    ‌ଜେଇଇ ମେନ୍ସ ସେସନ୍ ୧ ପେପର ୨-ଏ (ବିଆର୍କ)ରେ ମହାରାଷ୍ଟ୍ରର ପତନେ ନୀଳ ସନ୍ଦେଶ ଏନଟିଏ ସ୍କୋର ୧୦୦ସହିତ ଟପ୍ପର ହୋଇଛନ୍ତି। ପେପର ୨-ବି(ବି ପ୍ଲାନିଂ) ରେ ମଧ୍ୟପ୍ରଦେଶର ସୁନିଧି ସିଂହ ଏନଟିଏ ସ୍କୋର ୧୦୦ ସହିତ ଟପ୍ପର ହୋଇଛନ୍ତି। ଟପ୍ପର ତାଲିକାରେ ଓଡ଼ିଶାର ଆଦିତ୍ୟ ନାୟକ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    92 %
    2.1kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ