Saturday, October 3, 2026
23 C
Odisha

    AIIMS ରେ ପଢିବେ ପରିବା ବିକାଳୀଙ୍କ ପୁଅ

    ଆଗକୁ ପଢନ୍ତୁ

    ପୁରୀ  :  ଘରର ଛାତ ହୁଏତ ଆଜବେଷ୍ଟର, ହେଲେ ସେ ଘରେ ଦେଖାଯାଉଥିବା ସ୍ୱପ୍ନ ଥିଲା ଆକାଶଠାରୁ ବି ବଡ଼। ବାପା ପରିବା ବିକ୍ରି କରି ପରିବାର ଚଳାନ୍ତି । ଘରେ ଅଭାବର ପାହାଡ଼ । କିନ୍ତୁ ପୁଅ ଆଖିରେ ଥିଲା ଗୋଟିଏ ସ୍ୱପ୍ନ । ଦିନେ ଡାକ୍ତର ହେବି । ସେହି ସ୍ୱପ୍ନ ଆଜି ସତ ହୋଇଛି। ପୁରୀ ବ୍ରହ୍ମଗିରିର ଏକ ଛୋଟ ଘରୁ ବାହାରି, NEET-2026ରେ ସର୍ବଭାରତୀୟ ରାଙ୍କ୍ ୨୯୬ ରଖି ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ପଢ଼ିବାକୁ ଯୋଗ୍ୟ ହୋଇଛନ୍ତି ପରିବା ବିକାଳୀ ରବୀନ୍ଦ୍ର ପ୍ରଧାନଙ୍କ ପୁଅ ସୋମନାଥ। ଏହା କେବଳ ଏକ ସଫଳତାର ଖବର ନୁହେଁ ଏହା ଜଣେ ବାପାଙ୍କ ତ୍ୟାଗ । ଜଣେ ମାଆଙ୍କ ଆଶୀର୍ବାଦ । ଆଉ ଜଣେ ପୁଅର ଅଦମ୍ୟ ସ୍ୱପ୍ନର କାହାଣୀ।

    କୁସୁବେଣ୍ଟୀ ଗାଁର ଗୋଟିଏ ଛୋଟ ଘର ହିଁ ସୋମନାଥଙ୍କ ସ୍ୱପ୍ନର ଠିକଣା। ଏକ ବଖରିଆ ଆଜବେଷ୍ଟ ଘର। ସୁବିଧା କହିଲେ କିଛି ନାହିଁ, ସମ୍ପତ୍ତି କହିଲେ କିଛି ନାହିଁ। କିନ୍ତୁ ଏହି ଘରେ ଥିଲା ଆଶା। ଥିଲା ବିଶ୍ୱାସ ପୁଅ ଦିନେ ବଡ଼ ମଣିଷ ହେବ। ପରିବାରରେ ତିନି ଝିଅ ଓ ଗୋଟିଏ ପୁଅ। ସମସ୍ତଙ୍କ ଦାୟିତ୍ୱ ଥିଲା ବାପା ରବୀନ୍ଦ୍ରଙ୍କ କାନ୍ଧରେ। ରବୀନ୍ଦ୍ର ଜଣେ ଗରିବ ଚାଷୀ। ପରିବା ବିକ୍ରି କରି ଯେତିକି ରୋଜଗାର,ସେଥିରେ ଚାଲେ ପରିବାର। ନିଜ ପାଇଁ ନୁହେଁ, ପିଲାମାନଙ୍କ ଭବିଷ୍ୟତ ପାଇଁ ଚାଲିଥିଲା ତାଙ୍କ ସଂଘର୍ଷ।

    ସକାଳ ହେଲେ ବାପା ବାହାରି ଯାଆନ୍ତି ପରିବା ବିକ୍ରି କରିବାକୁ, ଆଉ ସେହି ସମୟରେ ସୋମନାଥ ଧରିଥାନ୍ତି ବହି।ଘରେ ଅଭାବ ଥିଲା, କିନ୍ତୁ ପାଠପଢ଼ାରେ ଅଭାବ ରଖିନଥିଲେ। ବାପାଙ୍କ ମୁହଁର ଝାଳ…ତାଙ୍କ ହାତର କଠିନତା…ସୋମନାଥଙ୍କ ପାଇଁ ଥିଲା ସବୁଠାରୁ ବଡ଼ ପ୍ରେରଣା। ବାପା ଯେତେ କଷ୍ଟ କରୁଥିଲେ,ପୁଅ ସେତେ ଅଧିକ ପଢ଼ୁଥିଲେ। ଗରିବୀ ତାଙ୍କୁ ଭାଙ୍ଗିନଥିଲା, ବରଂ ଆହୁରି ଦୃଢ଼ କରିଥିଲା। ପିଲାଦିନରୁ ସୋମନାଥଙ୍କ ସ୍ୱପ୍ନ ଥିଲା IAS ହେବା। ହେଲେ ଚଳିତ ବର୍ଷ ଦେଲେ NEET ପରୀକ୍ଷା। ପ୍ରଥମ ପ୍ରଚେଷ୍ଟା, ଆଉ ପ୍ରଥମ ପ୍ରଚେଷ୍ଟାରେ ହିଁ ବଡ଼ ସଫଳତା। ସର୍ବଭାରତୀୟ ରାଙ୍କ୍ ୨୯୬। ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ପଢ଼ିବାର ସୁଯୋଗ ପାଇଛନ୍ତି ସୋମନାଥ। ଯେଉଁ ଘରେ କେବେ ଟଙ୍କାର ଅଭାବ ଥିଲା, ଆଜି ସେହି ଘରେ ଖୁସିର ଲୁହ। ଏହି ସଫଳତାରେ ରହିଛି ବାପାଙ୍କ ଅସରନ୍ତି ପରିଶ୍ରମ, ମାଆଙ୍କ ତ୍ୟାଗ, ଭଉଣୀମାନଙ୍କ ଭଲପାଇବା, ଆଉ ସୋମନାଥଙ୍କ ନିଜ ପ୍ରତି ବିଶ୍ୱାସ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ