Wednesday, July 30, 2025
29 C
Odisha

    ଟ୍ରଲରକୁ ପିଟିଲା ତୀର୍ଥଯାତ୍ରୀ ବସ୍‌: ୫ ଆହତ

    ଆଗକୁ ପଢନ୍ତୁ

    ବାଲେଶ୍ୱର   :   ରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ l ୫ ଜଣ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି l ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ସନ୍ତୋଷପୁର ଛକ ନିକଟରେ ଆଜି ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା l

    ସୂଚନା ମୁତାବକ ପଶ୍ଚିମବଙ୍ଗ ହାୱଡାରୁ ୫୧ ଜଣ ଯାତ୍ରୀ ନେଇ ତୀର୍ଥଯାତ୍ରୀ ବସଟି ପୁରୀ ଅଭିମୁଖେ ଯାଉଥିଲା। ସନ୍ତୋଷପୁର ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛପଟୁ ବସଟି ଭାରସାମ୍ୟ ହରାଇ ଜୋରରେ ଧକ୍କା ଦେଇ ଥିଲା l ଯାହା ଫଳରେ ବସ ଆଗ କ୍ୟାବିନ ଭାଙ୍ଗି ଚୂରମାର ହୋଇଯାଇଛି l ଖବର ପାଇ ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଏବଂ ବସ୍ତା ଥାନା ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଅନ୍ୟ ଯାତ୍ରୀଙ୍କୁ ଆଉ ଏକ ବସ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଉଭୟ ଟ୍ରଲର ଓ ବସର ଡ୍ରାଇଭର ଫେରାର ହୋଇଥିବାବେଳେ ପୋଲିସ ଦୁଇଟି ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    70 %
    4.4kmh
    100 %
    Wed
    29 °
    Thu
    31 °
    Fri
    31 °
    Sat
    31 °
    Sun
    32 °

    ସମ୍ବନ୍ଧିତ