Sunday, October 11, 2026
25 C
Odisha

    ପୁଅ ଝିଅଙ୍କୁ ବିଷ ଦେଲା, ନିଜେ ବି ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲା

    ଆଗକୁ ପଢନ୍ତୁ

    ବିହାର  : ମାଆ ସାଜିଲା ରାକ୍ଷସୀ। ସଉତୁଣୀ ପାଇଁ ଜନ୍ମ କଲା ଛୁଆକୁ ବିଷ ଦେଇ ମାରିଲା। ଶେଷରେ ନିଜେ ମଧ୍ୟ ବିଷ ପିଇଦେଲା। ଏପରି ଏକ ଭୟଙ୍କର ଘଟଣା ଘଟିଛି ବିହାରର ପୂର୍ଣ୍ଣିଆରେ। ଯାହାଦ୍ୱାରା 2 ଛୁଆଙ୍କର ମୃତ୍ୟୁ ହେବା ସହ ମହିଳା ଜଣଙ୍କ ବହୁତ ଗୁରୁତର ଅବସ୍ଥାରେ କଟିହାରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

    ସୂଚନାନୁଯାୟୀ 30 ବର୍ଷୀୟା ମହିଳା ନିଲମ, ସ୍ୱାମୀ ବିରେନ୍ଦ୍ରଙ୍କର ଦ୍ୱିତୀୟ ସ୍ତ୍ରୀ ଥିଲେ। ବିବାହ ପରେ ସେମାନଙ୍କର ଏକ 3ବର୍ଷର ପୁଅ ଏବଂ 1ବର୍ଷର ଝିଅ ଥିଲା। ମହିଳା ଜଣଙ୍କ ତାଙ୍କର ପ୍ରଥମ ସ୍ୱାମୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ବୀରେନ୍ଦ୍ର ମଧ୍ୟ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ସହ ଯୋଗାଯୋଗ କରୁଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗିରହୁଥିଲା। ହଠାତ କୌଣସି କାମ ପାଇଁ ବିରେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ତାଙ୍କ ଘରକୁ ଆସିଥିଲେ ଏବଂ ତାଙ୍କୁ ସେଠାରେ ରହିବାକୁ ପଡିଥିଲା। ତା ପରଦିନ ବୀରେନ୍ଦ୍ର ଯେତେବେଳେ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ିବା ପାଇଁ ଭାଗଲପୁରସ୍ଥିତ ତାଙ୍କ ବାପ ଘରକୁ ଯାଇଥିଲେ ତାଙ୍କ ଯିବା ପରେ ନୀଲମ ଘରେ ବହୁତ ହଙ୍ଗାମା କରିବା ସହିତ ଘରେ ଜିନିଷ ପତ୍ର ଫୋପଡ଼ା ଫିଙ୍ଗା କରିଥିଲେ।ପଡୋଶୀ ମାନେ ଏହି ସବୁ ଶବ୍ଦ ଶୁଣି ମହିଳାଙ୍କ ଘରର କବାଟକୁ ବହୁତ ବାଡେଇଥିଲେ କିନ୍ତୁ ମହିଳା ଜଣଙ୍କ କୌଣସି ଉତ୍ତର ଦେଇନଥିଲେ। ତା ପରେ ସେମାନଙ୍କ ସମ୍ପର୍କୀୟମାନଙ୍କୁ ପଡୋଶୀ ଲୋକ ଖବର ଦେଇଥିଲ। ସମ୍ପର୍କୀୟ ମାନେ ଆସି ଘର କବାଟ ଭାଙ୍ଗିବାରୁ ଦେଖିଲେ ଯେ ନିଲମଙ୍କ ସହିତ ତାଙ୍କ 2ଛୁଆ ବହୁତ ଗୁରୁତର ଅବସ୍ଥାରେ ତଳେ ପଡିଛନ୍ତି। ତା ପରେ ସେମାନଙ୍କୁ ଯେତେବେଳେ ମେଡିକାଲ ନିଆଗଲା ଡାକ୍ତର 2ଛୁଆଙ୍କୁ ମୃତ ଘୋଷଣା କରୁଥିଲେ ଏବଂ ନିଲମଙ୍କର ବହୁତ ଗୁରୁତର ଅବସ୍ଥା ବୋଲି କହିଥିଲେ। ତା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଆସି ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କଲାରୁ ଏହି ସବୁ କଥା ଜଣାପଡିଥିଲା। ଯଦିଓ ଏହି ଘଟଣା ପାଇଁ କୌଣସି ଅଭିଯୋଗ ଦାଖଲ ହୋଇନାହିଁ ତଥାପି ମଧ୍ୟ ପୋଲିସ ଏହାର ତଦନ୍ତ କରିବା ସହିତ ପିଲାମାନଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ