Saturday, July 27, 2024
24.5 C
Odisha

    ଟ୍ରାଫିକ ଛକରେ ବିଏମସି ଲଗାଇଲା ଗ୍ରୀନ୍ ସେଡ୍

    ଆଗକୁ ପଢନ୍ତୁ

    ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ସ୍ମର୍ଟ ସିଟି ବି ଏଥିରୁ ବାଦ୍ ପଡିନି । ଲଗାତର ୧୫ ଦିନ ଧରି ରାଜଧାନୀରେ ହେଉଛି ଅଗ୍ନିବର୍ଷା ପାରଦ ୪୦ ଡିଗ୍ରୀ ଉପରେ । ଏବେ ବାଇକ ଅରୋହିଙ୍କ ଲାଗି ବିଏମସି କରିଛି ଚିନ୍ତା । ରାଜଧାନୀର ବ୍ୟସ୍ତ ବହୁଳ ଟ୍ରାଫିକ୍ ଛକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଛି ଅସ୍ଥାୟୀ ସେଡର ବ୍ୟବସ୍ଥା । ଖାସ କରି ଟ୍ରାଫିକ ପୋଷ୍ଟରେ ଖରାର ଯନ୍ତ୍ରଣା ବଳି ଯାଉଥିଲା । ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସବୁଜ ପାଲ ଲଗାଇଛି ବିଏମସି ।

    ବାଇକ ଆରୋହୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତ ଦେବାକୁ ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ନାଲୋକ ଛକ ଭଳି ପ୍ରମୁଖ ୧୦ ଛକରେ ଏଭଳି ଲାଗିଛି । ଆଗାମୀ ଦିନରେ ଭୁବନେଶ୍ୱର ଟ୍ରାଫିକ ଫ୍ଲୋ ଦେଖି ଅନ୍ୟ ଛକରେ ଏଭଳି ଗ୍ରୀନ ସ୍ୟାଡ଼ ଲଗାଇବ ବୋଲି ବିଏମସି କମିଶନର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ