Wednesday, March 4, 2026
19.6 C
Odisha

    ଡିଜିଟାଲ୍ ଗିରଫ ମାମଲାର ତଦନ୍ତ ସିବିଆଇ କରିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ‘ଡିଜିଟାଲ ଆରେଷ୍ଟ’ ସ୍କାମ୍‌ ସହ ଜଡ଼ିତ ମାମଲାର ତଦନ୍ତ କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସିବିଆଇ ପୁଞ୍ଜି ବିନିଯୋଗ ସୁଯୋଗ ଓ ପାର୍ଟ ଟାଇମ୍ ଚାକିରି ନାମରେ ହେଉଥିବା ସ୍କାମ୍‌ର ମଧ୍ୟ ତଦନ୍ତ କରିବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଡିଜିଟାଲ‌୍ ଆରେଷ୍ଟ ସ୍କାମ୍‌ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ମାମଲାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ବ୍ୟାଙ୍କରଙ୍କ ବିରୋଧରେ ତଦନ୍ତ କରିବାକୁ ସିବିଆଇକୁ ସ୍ୱାଧୀନତା ମିଳିବ। ସୁପ୍ରିମ୍‌କୋର୍ଟ ସିବିଆଇକୁ ସୀମା ବାହାରେ ଯିବାକୁ ଅନୁମତି ଦେଇ କହିଛନ୍ତି ଯେ, ଆବଶ୍ୟକ ସ୍ଥଳେ ଏହା ଇଣ୍ଟରପୋଲ୍‌ର ସହାୟତା ଲୋଡ଼ିପାରେ। ତଦନ୍ତ ସମୟରେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସିଜେଆଇ ସୋସିଆଲ୍‌ ମିଡିଆ ମଧ୍ୟସ୍ଥମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ଟୁଲ୍‌ସ ବ୍ୟବହାର କରି ଏଭଳି ଆକାଉଣ୍ଟକୁ ଚିହ୍ନଟ କରିବା ଓ ଅପରାଧର ଆୟକୁ ଫ୍ରିଜ୍ କରିବା ପାଇଁ  ସୁପ୍ରିମ୍‌କୋର୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟତା ମାଗିଛନ୍ତି।

    ସୂଚନାଯୋଗ୍ୟ, ‘ଡିଜିଟାଲ୍ ଆରେଷ୍ଟ’ ହେଉଛି ଏକ ସାଇବର ଠକେଇ, ଯେଉଁଥିରେ ସ୍କାମରମାନେ ଆଇନ ପ୍ରବର୍ତ୍ତନକାରୀ ଅଧିକାରୀ ଭାବରେ ପରିଚୟ ଦେଇ ଅଡିଓ କିମ୍ବା ଭିଡିଓ କଲ୍ ମାଧ୍ୟମରେ ପୀଡ଼ିତଙ୍କ ସହ ଯୋଗାଯୋଗ କରନ୍ତି। ଭୟ ସୃଷ୍ଟି କରି ସେମାନେ ଲୋକଙ୍କୁ ଟଙ୍କା ସ୍ଥାନାନ୍ତର କରିବାକୁ ଚାପ ପକାନ୍ତି। ସେମାନେ ମିଥ୍ୟା ଦାବି କରନ୍ତି ଯେ ପୀଡ଼ିତ ଗିରଫ ଅଛନ୍ତି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଅଟକକୁ ଏଡ଼‌ାଇବା ପାଇଁ ସେମାନଙ୍କ କଥା ମାନିବାକୁ ପଡ଼ିବ। ୨୦୨୪ରେ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍‌ରେ ରିପୋର୍ଟ ହୋଇଥିବା ଡିଜିଟାଲ୍‌ ଗିରଫ ଦୁର୍ନୀତି ଓ ଆନୁଷଙ୍ଗିକ ସାଇବର ଅପରାଧ ମାମଲା ସଂଖ୍ୟା ୧,୨୩,୬୭୨ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.6 ° C
    19.6 °
    19.6 °
    29 %
    1.2kmh
    0 %
    Wed
    35 °
    Thu
    37 °
    Fri
    37 °
    Sat
    38 °
    Sun
    36 °

    ସମ୍ବନ୍ଧିତ