Tuesday, April 21, 2026
29.4 C
Odisha

    ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍‌ପି

    ଆଗକୁ ପଢନ୍ତୁ

    ନୂଆପଡା : ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି ଆର୍‌ ରାଘବେନ୍ଦ୍ର ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫ ବର୍ଷ ପାଇଁ ସମ୍ମାନଜନକ ଡିଜିପି ଡିସ୍କ ପାଇବା ପାଇଁ ମନୋନୀତ ହୋଇଛନ୍ତି। ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ।

    ସୂଚନାଯୋଗ୍ୟ, ଯୁବ ଆଇପିଏସ୍‌ ଅଧିକାରୀ ରାଘବେନ୍ଦ୍ରଙ୍କ ସୁଦକ୍ଷ ପରିଚାଳନାରେ ମାଓବାଦୀ ପ୍ରପୀଡ଼ିତ ଜିଲା ଏବେ ପ୍ରାୟତଃ ମାଓବାଦୀ ମୁକ୍ତ ହୋଇପାରିଛି। ଜିଲ୍ଲା ପ୍ରଶାସନ ସହ ତାଳମେଳ ରଖି ଜିଲ୍ଲାକୁ ପ୍ରଗତି ପଥରେ ଆଗେଇନେବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ଏହି ସମ୍ମାନ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ