Wednesday, April 29, 2026
42.6 C
Odisha

    ଘର ଭିତରେ ପଶିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

    ଆଗକୁ ପଢନ୍ତୁ

    କାମାକ୍ଷାନଗର : ଘର ଭିତରେ ପଶିଗଲା ଟ୍ରଲର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । କାମାକ୍ଷାନଗର – ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ମହୁଲପାଳ ଗ୍ରାମର ନିର୍ମଳ ସାସମଲଙ୍କ ଘର ଭିତରେ ଭାରସାମ୍ୟ ହରାଇ ପଶିଗଲା ଏକ ଟ୍ରଲର । ଦୁର୍ଘଟଣାରେ ଘରର ସାମ୍ନା ଆଜବେଷ୍ଟସ ଭାଙ୍ଗିଯାଇଛି । ବାରଣ୍ଡାରେ ଥିବା ଧାନବସ୍ତା ସବୁ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ ।  ବିଶାଖାପାଟଣାରୁ ରାଉରକେଲା ଯାଉଥିବା ଏକ ମାଲ ବୋଝେଇ ଟ୍ରଲର ଭୋରୁ ଦୁର୍ଘଟଣାଗ୍ରସ୍ତ ହେଇଛି ।  ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

    ସେହିପରି ଗତକାଲି ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ମୂଷାବିରା ନିକଟରେ ବସ୍ -ଟ୍ରେଲର ଦୁର୍ଘଟଣା ହୋଇଥିଲା ।  ଏଥିରେ ମୃତ୍ୟୁସଂଖ୍ୟା ୪କୁ ବଢିଛି । ୨୦ରୁ ଅଧିକ ଗୁରୁତର ଅଛନ୍ତି । ରାଉରକେଲାରୁ ଯାଜପୁର ଟାଉନ ଯାଉଥିବା ବେଳେ ଯାତ୍ରୀବାହୀ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡିଭାଇଡର ଡେଇଁ ଅପରପାର୍ଶ୍ଵରେ ଯାଉଥିବା ଟ୍ରେଲରକୁ ପିଟିଥିଲା ବସ୍ । ପ୍ରମିଳା କୋଚ ନାମକ ଏକ ଘରୋଇ ବସ୍ ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏକ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଘଟଣାସ୍ଥଳରେ ୩ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଦୀର୍ଘ ସମୟ ଧରି ଚାଳକ ଚାପି ହୋଇ ରହିଥିବାରୁ ତାଙ୍କୁ ଗ୍ୟାସ୍ କଟର ସାହାଯ୍ଯରେ କାଟି ଉଦ୍ଧାର କରାଯାଇଥିଲା । ଏଥିରେ ଚାଳକଙ୍କ ମୃତ୍ୟୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.6 ° C
    42.6 °
    42.6 °
    13 %
    4.8kmh
    3 %
    Wed
    43 °
    Thu
    42 °
    Fri
    41 °
    Sat
    42 °
    Sun
    41 °

    ସମ୍ବନ୍ଧିତ