Wednesday, April 29, 2026
42.6 C
Odisha

    ଶାହରୁଖ ଖାନଙ୍କ ଫ୍ୟାନ୍ ହେଲେ ଅଷ୍ଟ୍ରେଲିଆର ଗୃହମନ୍ତ୍ରୀ, ଶୁଣାଇଲେ ‘‘ଓମ୍ ଶାନ୍ତି ଓମ୍’’ ଫିଲ୍ମର ଡାଇଲଗ୍

    ଆଗକୁ ପଢନ୍ତୁ

    ପବନ ଲୁଥରର ଇଣ୍ଡିଆନ୍ ଲିଙ୍କ୍ ପୋଡକାଷ୍ଟରେ ଟୋନୀ ବର୍କଙ୍କୁ ତାଙ୍କର ପ୍ରିୟ ବଲିଉଡ ଫିଲ୍ମ ସମ୍ପର୍କରେ ପଚରାଯାଇଥିଲା । ଯେଉଁଥିରେ ଟୋନୀ ବର୍କ ନିଜକୁ ଶାହରୁଖଙ୍କର ବଡ଼ ଫ୍ୟାନ୍ ବୋଲି କହିଥିଲେ । ଶାହରୁଖଙ୍କ ଅଭିନୀତ ‘ବର୍କ ଚକ ଦେ ଇଣ୍ଡିଆ’ କୁ ତାଙ୍କର ପ୍ରିୟ ଫିଲ୍ମ ବୋଲି ସେ କହିଥିଲେ । ଏହି ଫିଲ୍ମର କିଛି ସୁଟ୍ ସିଡନୀ, ବ୍ରେସବେନ୍ ଏବଂ ମେଲବର୍ଣ୍ଣରେ ହୋଇଥିବାରୁ ଏହି ଫିଲ୍ମ ସହିତ ମନ୍ତ୍ରୀ ଟୋନୀଙ୍କର ଗଭୀର ସମ୍ପର୍କ ରହିଛି ବୋଲି କହିଥିଲେ । ଏ .ଆର. ରେହମାନଙ୍କ ଗୀତକୁ ଖୁବ୍ ପସନ୍ଦ କରନ୍ତି ବୋଲି ମଧ୍ୟ ସେ କହିଥିଲେ ।

    ଏହା ପରେ ମଜାରେ ଟୋନୀଙ୍କୁ ପବନ ଲୁଥର ପଚାରିଥିଲେ ଯେ, ‘‘ ଫିଲ୍ମର ଶେଷରେ ଫାଇନାଲ ହକି ମ୍ୟାଚରେ ଅଷ୍ଟ୍ରେିଲିଆ ବିପକ୍ଷରେ ଖେଳୁଥିବା ସମୟରେ ଭାରତକୁ ସମର୍ଥନ କରୁଥିଲେ କି? ଟୋନି ହସି ହସି ଉତ୍ତର ଦେଇଥିଲେ ଯେ, “ନା । ନା… ମୁଁ ଲଗାନ୍ ଦେଖିବା ସମୟରେ ଭାରତକୁ ସମର୍ଥନ କରିଥିଲି । କିନ୍ତୁ ଏବେ ବି ଅଷ୍ଟ୍ରେଲିଆକୁ ସମର୍ଥନ କରୁଥିଲି ।’’

    ଏହା ବ୍ୟତୀତ ଟୋନି ବର୍କ ହ୍ରିତିକ୍ ରୋଶନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ “ଯୋଧା ଆକବର”କୁ ମଧ୍ୟ ପ୍ରଶଂସା କରିଥିଲେ । ଶାହରୁଖଙ୍କର ସମସ୍ତ ଫିଲ୍ମ ମଧ୍ୟରୁ ତାଙ୍କର ‘‘ଓମ୍ ଶାନ୍ତି ଓମ୍’’ ତାଙ୍କର ପ୍ରିୟ ବୋଲି ସେ କହିଥିଲେ । ଯେଉଁଥିରେ ଶାହରୁଖଙ୍କ ସହିତ ଦୀପିକା ନଜର ଆସିଥିଲେ । ଯାହା ଫରହାନ ଖାନଙ୍କ ଦ୍ବାରା ନିର୍ଦ୍ଦେଶିତ ଥିଲା । ଟୋନୀ ସେହି ଫିଲ୍ମକୁ ଏତେ ପସନ୍ଦ କରନ୍ତି ଯେ, ଯାହାର ଏକ ଡାଇଲଗ୍ ସେ କହିଥିଲେ ।  ରେହମାନଙ୍କ ଗୀତକୁ ମଧ୍ୟ ପ୍ରଶଂସା କରିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.6 ° C
    42.6 °
    42.6 °
    13 %
    4.8kmh
    3 %
    Wed
    43 °
    Thu
    42 °
    Fri
    41 °
    Sat
    42 °
    Sun
    41 °

    ସମ୍ବନ୍ଧିତ