Monday, December 30, 2024
20.3 C
Odisha

    ଡେଙ୍ଗୁରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଟିପ୍ସ

    ଆଗକୁ ପଢନ୍ତୁ

    ବର୍ଷା ଋତୁରେ ଅନେକ ପ୍ରକାର ସଂକ୍ରମଣ ସହିତ ରୋଗ ମଧ୍ୟ ହୋଇଥାଏ । ବିଶେଷ କରି ମଶାମାନଙ୍କ ଦ୍ବାରା ହେଉଥିବା ରୋଗ ବୃଦ୍ଧି ପାଇଥାଏ । ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ, ଓ୍ବେଷ୍ଟ ନାଇଲ ଫିବର, ଜିକା ଭାଇରସ ରୋଗୀଙ୍କ ସଂଖ୍ୟା ବର୍ଷା ଦିନରେ ବୃଦ୍ଧି ପାଇଥାଏ । ତେବେ ମଶା ଦ୍ବାରା ହେଉଥିବା ରୋଗ ମଧ୍ୟରୁ ଡେଙ୍ଗୁକୁ ମାରାତ୍ମକ ରୋଗ ବୋଲି କୁହାଯାଏ । ତେବେ ଗତ କିଛି ଦିନ ହେବ କର୍ଣ୍ଣାଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ତେବେ କର୍ଣ୍ଣାଟକରେ ମାମଲା ବୃଦ୍ଧି ପାଇବା କାରଣରୁ ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି । ସାରା ବିଶ୍ବରେ ଡେଙ୍ଗୁ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ ଯଦି ସମୟ ଅନୁସାରେ ଚିକିତ୍ସା କରାନଯାଏ, ତେବେ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି ।

    ଡେଙ୍ଗୁର ଲକ୍ଷଣ- ବର୍ଷା ଋତୁ ଆସିଲେ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ । ବିଶେଷକରି ଡେଙ୍ଗୁ ହେବା ଦ୍ବାରା ଶରୀରର ତାପମାତ୍ରା ଅଧିକ ରହିଥାଏ । ଜ୍ବର, ମୁଣ୍ଡବିନ୍ଧା, ଆଣ୍ଠୁ ଗଣ୍ଠି ଏବଂ ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ ।

    ଡେଙ୍ଗୁରୁ କିଭଳି ବର୍ତ୍ତିବେ- ବିଶେଷ କରି ଡେଙ୍ଗୁ ରୋଗୀମାନଙ୍କର ପ୍ଲେଟଲେଟ କମିଯିବା ଦ୍ବାରା ଜୀବନ ପ୍ରତି ବିପଦ ଦେଖାଯାଇଥାଏ । କେତେକ କ୍ଷେତ୍ରରେ ଅଙ୍ଗ ବିଫଳତା ବା ଫେଲୋର ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ବିଶେଷ କରି ମଶାଙ୍କ ପ୍ରଜନନ ସ୍ଥାନକୁ ନଷ୍ଟ କରିବା ଜରୁରୀ ଅଟେ । ଘର ଆଖ ପାଖରେ ପାଣି ଜମିବାରୁ ଏଡାଇବା ଉଚିତ । ଏହାସହିତ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    66 %
    1.2kmh
    0 %
    Mon
    20 °
    Tue
    28 °
    Wed
    27 °
    Thu
    27 °
    Fri
    27 °

    ସମ୍ବନ୍ଧିତ