Friday, February 13, 2026
17.9 C
Odisha

    ତରଭୁଜ ମଞ୍ଜିରୁ କେଉଁ ସବୁ ଉପକାରିତା ମିଳିଥାଏ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଖରାଦିନେ ତରଭୁଜ ଖାଇବାକୁ ସମସ୍ତେ ବେଶ୍ ପସନ୍ଦ କରିଥା’ନ୍ତି। କାରଣ ଫଳ ମଧ୍ୟରେ ଏହା ଏକ ଏମିତି ଫଳ ଯେଉଁଥିରେ ୯୨ ପ୍ରତିଶତ ପାଣି ରହିଥାଏ । ସେଥିପାଇଁ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ତରଭୁଜ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ଜଣ ଅଛନ୍ତି ଯେଉଁମାନେ ତରଭୁଜ ଖାଉଥିବା ବେଳେ ତାହାର ମଞ୍ଜିକୁ ଫୋପାଡ଼ି ଦେଇଥା’ନ୍ତି। ତେବେ ତରଭୁଜ ମଞ୍ଜି ଖାଇବା ଦ୍ୱାରା ତାହା ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚାଇନଥାଏ। ବରଂ ସେଥିରୁ ଆପଣଙ୍କୁ ଅନେକ ସାରା ଲାଭ ମିଳିଥାଏ। ଆସନ୍ତୁ ବର୍ତ୍ତମାନ ସେହି ତରଭୁଜ ମଞ୍ଜିର ଉପକାରିତା ବିଷୟରେ ଜାଣିବା…

    ତରଭୁଜ ମଞ୍ଜିରେ ରହିଛି ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ । ତରଭୁଜରେ ପ୍ରଚୁର ମାତ୍ରାରେ ଭିଟାମିନ ସି ଓ ଫାଇବର ଥିବାବେଳେ ତରଭୁଜ ମଞ୍ଜିରେ ମଧ୍ୟ ଇମ୍ୟୁନିଟିକୁ ସୁଦୃଢ଼ କରିବା ପରି ଗୁଣ ରହିଛି । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ସେହିପରି ତରଭୁଜ ମଞ୍ଜି ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଆପଣଙ୍କ ବ୍ଲଡ୍ ପ୍ରେସର ସମସ୍ୟାକୁ ହ୍ରାସ କରିଥାଏ । ଏହା ବ୍ୟତୀତ ତରଭୁଜ ମଞ୍ଜି ଟିସ୍ୟୁ ସମସ୍ୟା ମଧ୍ୟ ଦୂର କରିଥାଏ । ଅନ୍ୟପଟେ ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତ ରଖିବା ପାଇଁ ପ୍ରଭାବଶାଳୀ କାର୍ଯ୍ୟ କରିଥାଏ ତରଭୁଜ ମଞ୍ଜି। ଯଦି ଆପଣଙ୍କର ଅଧିକ ଓଜନ ବା ମୋଟାପଣ ସମସ୍ୟା ରହିଛି ତେବେ କମ୍ କ୍ୟାଲୋରୀଯୁକ୍ତ ତରଭୁଜ ମଞ୍ଜି ଆପଣଙ୍କ ଓଜନ ହ୍ରାସ କରିବାରେ ଲାଭଦାୟକ ହୋଇପାରିବ। ଆପଣ ତରଭୁଜକୁ ମଞ୍ଜିକୁ ବାହାର କରି ସାଲାଡ, ତରକାରୀ କିମ୍ବା ସ୍ନାକ୍ସରେ ମଧ୍ୟ ସାମିଲ କରିପାରିବେ। ଏହାସହିତ ତରଭୁଜ ମଞ୍ଜିରେ ମୋନୋସାଚ୍ୟୁରେଟେଡ୍ ଓ ପଲିଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ । ଯାହା ହୃଦଘାତ ଆଶଙ୍କାକୁ କମ କରିଥାଏ । ତରଭୁଜ ମଞ୍ଜି ହିମୋଗ୍ଲୋବିନ୍ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    37 %
    1kmh
    70 %
    Thu
    18 °
    Fri
    32 °
    Sat
    33 °
    Sun
    34 °
    Mon
    34 °

    ସମ୍ବନ୍ଧିତ