Wednesday, December 10, 2025
14 C
Odisha

    ତୁମ ବାପା ମୋ ସହ କାମ କରିଛନ୍ତି, ଚୁପ୍‌ ହୋଇ ନିଜ ଜାଗାରେ ବସ: ରାଗିଯାଇ ସାଂସଦଙ୍କୁ କହିଲେ ଖର୍ଗେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଭାଷଣ ଦେଉଥିବା ସମୟରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ବସିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ। ବିଜେପି ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ପୁଅ ନୀରଜ ଶେଖର ତାଙ୍କ କଥାରେ ହସ୍ତକ୍ଷେପ କରିବା ପରେ ଖର୍ଗେ ରାଗି ଯାଇଥିବା ଦେଖିବାକୁ ମିଳିଛି।

    ଖର୍ଗେ ରାଗିଯିବା ସହ ଶେଖରଙ୍କୁ ମନେ ପକାଇ ଦେଇଥିଲେ ଯେ ସେ ତାଙ୍କ ପିତାଙ୍କ ସମସାମୟିକ ଏବଂ ତାଙ୍କୁ ପିଲାବେଳୁ ଦେଖି ଆସୁଛନ୍ତି ବୋଲି। ବିଜେପି ସାଂସଦଙ୍କ ଉପରେ ଗର୍ଜିବା ସହ ସେ ତାଙ୍କୁ ବସିବାକୁ ବି କହିଲେ।

    ଖର୍ଗେ ତାଙ୍କୁ କହିଲେ କି ‘‘ ତୁମ ବାପା ମୋ ସହ କାମ କରୁଥିଲେ । ତୁମେ ମତେ କଣ କହିବ । ଚୁପ୍‌ ହୋଇ ନିଜ ଜାଗାରେ ବସ।’’ ଖଡଗେ ରାଗିଯାଇ ଏମିତି କହିବା ପରେ ପୂରା ରାଜ୍ୟସଭା କିଛି ମୁହୂର୍ତ୍ତ ଲାଗି ନୀରବ ହୋଇଥିଲା । ଯାହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଚାଲିଛି।

    ବଜେଟ୍‌ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ରାଜ୍ୟସଭାରେ । ଏହି ଆଲୋଚନା ଭାଗ ନେଇ ନିଜର ବକ୍ତବ୍ୟ ରଖୁଥିଲେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ । ଏହି ସମୟରେ ହଠାତ୍‌ ବିଜେପି ସାଂସଦ ଛିଡ଼ା ହୋଇ କିଛି କହିବାରୁ ରାଗିଯାଇଥିଲେ ଖଡଗେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14 ° C
    14 °
    14 °
    47 %
    1.2kmh
    97 %
    Wed
    26 °
    Thu
    26 °
    Fri
    26 °
    Sat
    27 °
    Sun
    26 °

    ସମ୍ବନ୍ଧିତ