Wednesday, March 4, 2026
24.6 C
Odisha

    ଦଳ ଛାଡୁଥିବା ନେତାଙ୍କ ବିଷୟରେ ଏମିତି କାହିଁକି କହିଲେ ସୁପ୍ରିମୋ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ବିଜୁ ଜନତା ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡିଛନ୍ତି। ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ମମତା ମହନ୍ତ ଓ ସୁଜିତ କୁମାର ବିଜେପିରେ ମିଶିଛନ୍ତି। ବିଜେଡି ମଧ୍ୟ ଏହି ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏକ ଆଲୋଡନ ଦେଖାଦେଇଛି। ତେବେ ଆଜି ଦଳ ଛାଡୁଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ନିଜ ଅଭିଭାଷଣ ରଖିବା ସମୟରେ ନବୀନ କହିଛନ୍ତି ବିଜୁ ବାବୁଙ୍କ ଆଦର୍ଶ ଉପରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା । ଯିଏ ଏକ ବିକଶିତ ତଥା ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିଲା। ଯେପର୍ଯ୍ୟନ୍ତ ଆମେ ବିଜୁ ବାବୁ ଦର୍ଶନ ଦିଗରେ କାର୍ଯ୍ୟ କରିବୁ ବିଜେଡି ଦୃଢ ହେବ ଏବଂ ଲୋକଙ୍କ ହୃଦୟରେ ବଞ୍ଚିବ ବୋଲି ନବୀନ କହିଛନ୍ତି। ବିଜେଡି ସୁପ୍ରିମୋ ଆହୁରି ମଧ୍ୟ କହିଛନ୍ତି ବିଜେଡି କୌଣସି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ସୁବିଧାବାଦୀ ନେତାମାନେ ଏବେ ବିଜେଡି ଛାଡୁଛନ୍ତି। ଏହା ଆମକୁ ଅଧିକ ଶକ୍ତିଶାଳୀ ହେବାକୁ ଖୋରାକ ଯୋଗାଉଛି। ଆମେ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ଆହୁରି ପରିଶ୍ରମ କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    21 %
    2.1kmh
    5 %
    Wed
    24 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ