Wednesday, January 21, 2026
14.4 C
Odisha

    ଦିଗପହଣ୍ଡିରେ ବୁଲୁଛି ମହାବଳ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ ଚିହ୍ନ କୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ବାଘ ବୁଲୁଥିବା ଖବର ବୁଧବାର ସକାଳେ ପ୍ରଚାରିତ ହେବାପରେ ସମ୍ପୃକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।
    ମଙ୍ଗଳବାର ରାତିରେ ଖମାରୀ ଗାଁ ଘୋଡାହାଡ ଡ୍ୟାମ ନିକଟସ୍ଥ ପଦ୍ମପୁର ଗ୍ରାମର ମଙ୍ଗଳା ମଣ୍ଡଳଙ୍କ ୪ ଟି ବଳଦ ନିକଟସ୍ଥ ମକା ବାଡରେ ବନ୍ଧା ହୋଇଥିଲା। ମଧ୍ୟ ରାତ୍ରୀରେ ବଳଦର ରଡ଼ି ଶୁଣି କିଛି ଗ୍ରାମବାସୀ ଦୈାଡି ଯାଇ ଦେଖିବା ବେଳକୁ ଗାଈକୁ ମାରି ବାଘ ଚାଲିଯାଇଥିଲା। ବୁଧବାର ସକାଳେ ଖବରପାଇ ଦିଗପହଣ୍ଡି ବନାଞ୍ଚଳ କର୍ମଚାରୀ ସେଠାରେ ପହଞ୍ଚି ମକାବାଡରେ ପଡିଥିବା ବାଘର ପାଦ ଚିହ୍ନ ଠାବ କରିଥିଲେ । ଏପରିକି ବନବିଭାଗ ପକ୍ଷରୁ ୩ ଟିମ୍ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.4 ° C
    14.4 °
    14.4 °
    60 %
    1.1kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ