Monday, October 19, 2026
23.2 C
Odisha

    ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ; ଜୋରଦାର କଥା କଟାକଟି!

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ୱକପ୍‌ ୨୦୨୪ ବିଜୟ ପରେ ସେଲିବ୍ରେଶନ୍‌ ମୁଡ୍‌ରେ ଥିବା ଭାରତୀୟ ଟିମ୍‌ର ଖୁସିରେ ଲାଗିଛି ବ୍ରେକ୍‌। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ କରୁଥିଲେ ହେଁ ଟେଷ୍ଟ ଫର୍ମାଟରେ ଖେଳାଳି ଫିକା ପଡ଼ୁଛନ୍ତି। ଯାହାର ସଦ୍ୟ ଉଦାହରଣ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟରେ ଦେଖିବାକୁ ମିଳୁଛି। ଲଗାତାର ୨ ମ୍ୟାଚ୍‌ ଜିତି ଗୋଟିଏ ପଟେ ନ୍ୟୁଜିଲାଣ୍ଡ ସିରିଜ ହାତେଇ ଇତିହାସ ରଚିଥିବା ବେଳେ ଦଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇରେ ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟର ୨ ଦିନ ପୂର୍ବରୁ ବଡ଼ ଦାବି କରାଯାଉଛି। ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଉପୁଜିଛି। କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିବା ରିପୋର୍ଟରେ କୁହାଯାଉଛି। ଉଭୟଙ୍କ ମଧ୍ୟରେ ବିବାଦର ଅସଲ କାରଣ ହେଉଛି ଉଭୟ ନିଜ ନିଜ ହିସାବରେ ଦଳକୁ ଚଳାଇବାକୁ ଚାହାନ୍ତି। ଗମ୍ଭୀର କୋଚ୍‌ ହେବା ପରେ ରୋହିତ ଶର୍ମାଙ୍କ ପତିଆରା ଦଳରେ କମିଛି। କାରଣ ଗମ୍ଭୀର ନିଜ ନିଷ୍ପତ୍ତିରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଫଳରେ ରେହିତ ମନଇଚ୍ଛା ନିଷ୍ପତ୍ତି ନେଇପାରୁ ନାହାନ୍ତି।

    ଅପରପକ୍ଷେ ଟିମ୍‌ଇଣ୍ଡିଆର ପ୍ରଦର୍ଶନକୁ ନେଇ ଆଲୋଚନା ବଢ଼ୁଛି। ବିଶେଷକରି ଦିନିକିଆ ଏବଂ ଟେଷ୍ଟ ଦଳର ପ୍ରଦର୍ଶନ ପ୍ରଶ୍ନ ଘେରରେ ରହିଛି। ଏହି ୨ ଟିମ୍‌ର ଅଧିନାୟକ ରୋହିତ ଅଛନ୍ତି। ଦଳ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପରାଜିତ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ସମାନ ସ୍ଥିତି କରିଛି। ଏସବୁରେ ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଗମ୍ଭୀର ଖୁସି ନାହାନ୍ତି। ବରିଷ୍ଠ ଖେଳାଳି ଠିକ୍‌ ପ୍ରଦର୍ଶନ କରନ୍ତୁ ନଚେତ ଦଳରୁ ବାଦ୍‌ ପଡ଼ନ୍ତୁ ବୋଲି ଗମ୍ଭୀର ଚାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ