Saturday, July 27, 2024
24.6 C
Odisha

    ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କହ୍ନେୟା କୁମାର!

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର କହ୍ନେୟା କୁମାରଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଆସନରୁ ପ୍ରାର୍ଥୀ କରାଯାଇପାରେ । ମିଳିଥିବା ସୂତ୍ର ଅନୁଯାୟୀ, ତାଙ୍କ ନାମରେ ଶେଷ ମୋହର ଆଜି ହେବାକୁ ଥିବା କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକରେ ଲାଗିପାରେ । ଉତ୍ତର-ପୂର୍ବ ସିଟରେ ଯଦି କହ୍ନେୟାଙ୍କୁ ଟିକେଟ ମିଳେ ତେବେ ତାଙ୍କ ମୁକାବିଲା ବିଜେପି ପ୍ରାର୍ଥୀ ମନୋଜ ତିୱାରୀଙ୍କ ସହ ହେବ । ମନୋଜ ତିୱାରୀ ୨୦୧୪ ଏବଂ ୨୦୧୯ର ନିର୍ବାଚନରେ ଏହି ଆସନରୁ ଜିତିସାରିଛନ୍ତି । ୨୦୧୯ର ଲୋକସଭା ନିର୍ବାଚନରେ ଲେଫ୍ଟର ଟିକେଟରେ କହ୍ନେୟା କୁମାର ବିହାରର ବେଗୁସରାୟ ଆସନରୁ ନିର୍ବାଚନରେ ଲଢିଥିଲେ । ତାଙ୍କୁ ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ହାରିବାକୁ ପଡିଥିଲା ।

    କହ୍ନେୟା କୁମାର ସେପ୍ଟେମ୍ବର ୨୦୨୧ରେ ଲେଫ୍ଟ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ଏହା ପରେ ସେ ଲଗାତାର ସାର୍ବଜନୀନ ଭାବେ କଂଗ୍ରେସର ସପକ୍ଷରେ କହୁଥିବାର ନଜର ଆସିଛନ୍ତି । ଆଜି କଂଗ୍ରେସର ଘୋଷଣାପତ୍ର ଜାରି ହେବା ପରେ କହ୍ନେୟା କୁମାର କହିଛନ୍ତି ଯେ, ଆମେ ୧୪୦ କୋଟି ଜନତାଙ୍କୁ ଅଭିନନ୍ଦନ ଜଣାଉଛୁ ଯେ, ସେହି ନ୍ୟାୟର ସ୍ୱରକୁ କଂଗ୍ରେସ ସଂକଳ୍ପ ରୂପେ ନେଇଛି । ସେଥିପାଇଁ କଂଗ୍ରେସର ଘୋଷଣାପତ୍ରକୁ ନ୍ୟାୟ ପତ୍ରର ନାମ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ