Thursday, February 12, 2026
31.4 C
Odisha

    ଧରାଛୁଆଁ ଦେଉନାହାନ୍ତି ସିନ୍ଦେ, ଅକଳରେ ବିଜେପି ମେଣ୍ଟ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ତଥା ଶିବ ସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ନେଇ ଅଡ଼ୁଆରେ ପଡ଼ିଛି ବିଜେପି ମେଣ୍ଟ। ମୁଖ୍ୟମନ୍ତ୍ରୀ ପଦ ପାଇଁ ସିନ୍ଦେ ଏବେ ବି ଜିଦ୍ ଧରିଛନ୍ତି। ମେଣ୍ଟ ସରକାର ଗଠନ ନେଇ ସେ ଯେଉଁସବୁ ସର୍ତ୍ତ ଅରୋପ କରୁଛନ୍ତି, ବିଜେପି ତାହାକୁ ଗ୍ରହଣ କରୁନଥିବାରୁ ସେ ମୁମ୍ବାଇ ଫେରୁ ନାହାନ୍ତି। ଅସୁସ୍ଥତା ଦର୍ଶାଇ ନିଜ ଗାଁରୁ ଫେରି ୌସ ଏବେ ଥାଣେରେ ରହିଛନ୍ତି। ଏହି କାରଣରୁ ଆଜି ହେବାକୁ ଥିବା ମହାୟୁତି ବା ବିଜେପି ମେଣ୍ଟ ବୈଠକକୁ ପୁଣି ବାତିଲ କରାଯାଇଛି। ଗତ ୪ ଦିନ ମଧ୍ୟରେ ଦ୍ବିତୀୟ ଥର ଲାଗି ବୈଠକ ବାତିଲ କରାଯାଇଛି। ଏହି କାରଣରୁ ବିଜେପି ନେତା ନିର୍ବାଚନ ମଧ୍ୟ ହୋଇପାରୁ ନାହିଁ। ନେତା ନିର୍ବାଚନ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
    ମୁଖ୍ୟମନ୍ତ୍ରୀ କାହାକୁ କରାଯିବ, ଏସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଯାହା ନିଷ୍ପତ୍ତି ନେବେ, ତାହାକୁ ସେ ଗ୍ରହଣ କରିବେ ବୋଲି ସିନ୍ଦେ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ସେ ରାଜି ହେଉ ନାହାନ୍ତି। ତାଙ୍କର ଯୁକ୍ତି େହଉଛି ଯେ ତାଙ୍କର ଲୋକପ୍ରିୟତା ଓ ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗୁଁ ମହାୟୁତି ବିଜୟୀ ହୋଇଛି। ପୁଣି ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ାଯାଇଥିବାରୁ ମେଣ୍ଟ ଅଧିକ ଆସନ ପାଇବା ସମ୍ଭବ ହୋଇଛି। ତେଣୁ ସେ ହିଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ନିର୍ବାଚନରେ ସର୍ବାଧିକ ଆସନ ପାଇଥିବା ବିଜେପି କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ ନିଜ ନେତାଙ୍କୁ ବସାଇବା ଲାଗି ସ୍ଥିର କରିଛି। ଏଥିରୁ ବିଜେପି ଓହରିବାକୁ ଚାହୁନାହିଁ। ଅନ୍ୟପକ୍ଷରେ ସିନ୍ଦେଙ୍କୁ ତାଙ୍କର ପୂର୍ବ ବିଭାଗ ସହିତ ଉପମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛି। କିନ୍ତୁ ସିନ୍ଦେ ଯେଉଁ ସର୍ତ୍ତ ଆରୋପ କରିଛନ୍ତି, ତାହା ବିଜେପିର ହୋସ୍ ଉଡ଼ାଇଦେଇଛି। ସିନ୍ଦେ କହିଛନ୍ତି ଯେ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାନଯିବ, ସେ ଉପମୁଖ୍ୟମନ୍ତ୍ରୀ ହେବେ ନାହିଁ। କିନ୍ତୁ ତାଙ୍କ ଦଳର ଜଣେ ନେତା ଉପମୁଖ୍ୟମନ୍ତ୍ରୀ ହେବେ। ତେବେ ସର୍ତ୍ତ ହେଉଛି ଯେ ତାଙ୍କ ଦଳର ମନ୍ତ୍ରୀଙ୍କୁ ଗୃହ ବିଭାଗ ସହିତ ଅର୍ଥ ଓ ରାଜସ୍ବ ବିଭାଗ ମିଳିବ ଉଚିତ। ବିଜେପି ଏହି ସର୍ତ୍ତ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ବିଜେପି ନିଜ ହାତରେ ଗୃହ ବିଭାଗ ରଖିବାକୁ ଚାହୁଥିବା ବେଳେ ଏନସିପି ନେତା ଅଜିତ ପାୱାରଙ୍କ ହାତରୁ ଅର୍ଥ ବିଭାଗ କାଢ଼ିବାକୁ ପ୍ରସ୍ତ୍ୁତ ନୁହେଁ। ବିଜେପି ଏହାର ଜିଦରେ ଅଟଳ ରହିଲେ ଶିବସେନା ମେଣ୍ଟ ସରକାରରେ ସାମିଲ ହେବାନହିଁ ବୋଲି କୁଆଡ଼େ ସିନ୍ଦେ ଜଣାଇଦେଇଛନ୍ତି। ସେ ସ୍ପଷ୍ଟ କରିଦେଇଛନ୍ତି ନିର୍ବାଚନରେ ମହାୟୁତିକୁ ବିପୁଳ ବହୁମତ ମିଳିଥିବାରୁ ତାଙ୍କ ଦଳ ବାହାରେ ରହି ବିଜେପି ସରକାରକୁ ସମର୍ଥନ ଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ