Monday, October 19, 2026
21.6 C
Odisha

    ଦାଦନ ଖଟିବାକୁ ଯାଇ ଜୀବନ ହରାଇଲେଣି ୨୩୩

    ଆଗକୁ ପଢନ୍ତୁ

    ଓଡ଼ିଶାରେ କାମ ନ ମିଳିବାରୁ ବାହାର ରାଜ୍ୟକୁ ଯାଉଛନ୍ତି ଲୋକେ। ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ଓଡ଼ିଆ ଲୋକ। ଏହି ସଂଖ୍ୟା ଗତ ତିନି ବର୍ଷରେ ୨୩୩ ରହିଛି। ଯାହା ସରକାରଙ୍କ ପାଇଁ ଚିନ୍ତାଜନକ ହେବା କଥା। ମଙ୍ଗଳବାର ବିଧାନସଭାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ତଥ୍ୟ ରଖିଛନ୍ତି। ବିଜେଡି ବିଧାୟକ ସୋଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହକୁ କହିଛନ୍ତି ଯେ କାମ ପାଇଁ ଓଡିଶାରୁ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ସେମାନଙ୍କ ମଧ୍ୟରୁ ୨୩୩ ଜଣ ୨୦୨୨ ରୁ ୨୦୨୪ ମଧ୍ୟରେ ପ୍ରାଣ ହରାଇଛନ୍ତି।ଏହି ତାଲିକାରେ ସର୍ବାଧିକ ୪୩ ଜଣଙ୍କର ମୃତ୍ୟୁ ଗଞ୍ଜାମ ଜିଲାର ହୋଇଥିବାବେଳେ ଏହି ସମୟ ମଧ୍ୟରେ ବାଲାଙ୍ଗୀର ଜିଲାର ୨୬ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ମୋଟ ମୃତ୍ୟୁ ମଧ୍ୟରୁ ୧୯୯ ଟି ଶବକୁ ଓଡିଶାକୁ ଅଣାଯାଇଛି। ଗତ ତିନି ବର୍ଷ ମଧ୍ୟରେ ମୃତ ଶ୍ରମିକଙ୍କ ମୃତଦେହକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କ ମୋଟ ୨୪,୧୬,୬୦୪ ଟଙ୍କା ଖର୍ଚ୍ଚ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ