Thursday, May 28, 2026
42.8 C
Odisha

    ଧାନବିକ୍ରି ସମସ୍ୟାକୁ ନେଇ ଚାଷୀଙ୍କ ରାସ୍ତାରୋକ: ପାଞ୍ଚ ଘଣ୍ଟା ନାକାବନ୍ଦି, କାଶୀନଗର ଠପ୍‌

    ଆଗକୁ ପଢନ୍ତୁ

    କାଶୀନଗର: ପ୍ରଥମେ ବିଳମ୍ବରେ ମଣ୍ଡି ଖୋଲିଲା। ମଣ୍ଡିକୁ ଯିବା ପରେ ମିଲର୍‌ମାନେ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ଦିନ ଦିନ ଅପେକ୍ଷା କରାଇବା, ଶେଷରେ ଧାନର ମାନ ଠିକ୍‌ ଭାବେ ନିରୂପଣ ନ କରିବା, ସରୁ ଧାନ ବୋଲି କହି ଧାନର ମାନ ଠିକ୍‌ ନ ଥିବା ଦର୍ଶାଇବା ଚାଷୀଙ୍କୁ ଯନ୍ତ୍ରଣା ଦେଲା। ପରିଶେଷରେ ମିଲର୍‌ ଟାର୍ଗେଟ ପୂରଣ ହୋଇଯାଇଛି କହି ଧାନ ନକିଣିବା ଭଳି ସମସ୍ୟାର ପ୍ରତିବାଦ କରିଛନ୍ତି ଚାଷୀ। ଆଜି ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳର ଚାଷୀ ଏହାର ପ୍ରତିବାଦରେ ରାସ୍ତାରୋକ କରିବା ସହ କୌଣସି ଯାନବାହନ ଛାଡ଼ି ନଥିଲେ।

    ଆନ୍ଦୋଳନକୁ ଓହ୍ଲାଇ ବ୍ୟାଙ୍କ ଛକ, ନୂଆ କାଶୀନଗର ଛକ, ହରିପୁର ଛକ, ଖୁରିଗାଁ ଛକ ଓ ବାଇପାସ୍‌ ଛକ ଠାରେ ରାସ୍ତାରୋକ କରି ସମଗ୍ର କାଶୀନଗରକୁ ନାକାବନ୍ଦି କରି ରଖିଥିଲେ। ଫଳରେ ପ୍ରାୟ ଚାରିରୁ ପାଞ୍ଚ ଘଣ୍ଟା ଧରି ଏହି ରାସ୍ତାରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବସ୍‌ ସବୁ ଅଟକି ରହି ଥିବାରୁ  ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ଶେଷରେ ତହସିଲଦାର ସୁଧୀର କୁମାର ନନ୍ଦ ପହଞ୍ଚି ଖୁବ୍‌ ଶୀଘ୍ର ମିଲ୍‌ ମାଲିକଙ୍କୁ ଧାନ କିଣିବା ପାଇଁ ଅଧିକ ଟାର୍ଗେଟ ଦିଆଯିବ ଏବଂ ଚାଷୀଙ୍କ ପାଖରେ ଥିବା ଧାନ ମିଲ୍‌ ମାଲିକ କିଣିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଥାନା ଅଧିକାରୀ ସୁନୀଲ କୁମାର ବେହେରା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.8 ° C
    42.8 °
    42.8 °
    17 %
    3kmh
    3 %
    Thu
    44 °
    Fri
    43 °
    Sat
    42 °
    Sun
    41 °
    Mon
    41 °

    ସମ୍ବନ୍ଧିତ