Thursday, March 5, 2026
35.6 C
Odisha

    ଧାନ କୁଇଂଟାଲ ପ୍ରତି ୩୧ଶହ ଟଙ୍କା ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ଫସଲ ଧାନ । ଓଡ଼ିଶାର ଚାଷୀମାନଙ୍କୁ ଲାଭାନ୍ୱିତ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଆସିବା ପରେ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଖରିଫ ଧାନ କିଣା ସମୟରେ ଧାନ କୁଇଂଟାଲ ପ୍ରତି ୩୧ଶହ ଟଙ୍କା ଚାଷୀମାନଙ୍କୁ ଦିଆଯିବା ପାଇଁ ଘୋଷଣା କରିଥିବାରୁ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି ।
    ଓଡିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହିତ ସମସ୍ତ ବ୍ଲକରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା, ଚାଷ ଜମିକୁ ଜଳସେଚିତ କରିବା ଓ ଧାନ କ୍ୱଇଂଟାଲ ପ୍ରତି ୩୧ଶହ ଟଙ୍କା ଚାଷୀଙ୍କୁ ଦେବାକୁ ନେଇ ବିଜେପି କୃଷକମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ବ୍ୟାପକଭାବେ ଚାଷୀ ସମାବେଶ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦିଆଯିବ । ଏହାର ଶୁଭାରମ୍ଭ ଆସନ୍ତା ଜୁନ୍ ୩୦ତାରିଖ କେନ୍ଦୁଝର ଜିଲ୍ଲାର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଆନନ୍ଦପୁର ସବ୍‌ଡିଭିଜନ ଅନ୍ତର୍ଗତ ଶାଳନ୍ଦୀ ଡ୍ୟାମ ହଦଗଡଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩୬ଟି ସାଂଗଠନିକ ଜିଲ୍ଲାରୁ ଦୁଇ ଶହ ଚାଷୀ ନେତାମାନେ ଯୋଗଦାନ କରିବେ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବରିଷ୍ଠ ଚାଷୀ ନେତାମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ପରେ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ ଓ ପଂଚାୟତମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ “ଧନ୍ୟବାଦ କାର୍ଯ୍ୟକ୍ରମ”କୁ ବ୍ୟାପକଭାବେ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଆସନ୍ତା ଖରିଫ ଧାନକିଣା ପ୍ରାରମ୍ଭ ଦିନ ଏହି କାର୍ଯ୍ୟକ୍ରମର ସମାରୋପ ଏକ ବିଶାଳ ଚାଷୀ ସମାବେଶ ଆୟୋଜନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    10 %
    4.2kmh
    3 %
    Thu
    34 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ