Wednesday, March 4, 2026
21.8 C
Odisha

    ନନ୍ଦନକାନନ ବୁଲିଲେ ୩୪ ପ୍ରବାସୀ ଭାରତୀୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ଗତଶୁକ୍ରବାର ଉଦଯାପିତ ହୋଇଯାଇଛି। ପ୍ରବାସୀ ଭାରତୀୟ ରହି ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିବା ସହିତ କାରୁକାର୍ଯ୍ୟ ଦେଖି ଅଭିଭୂତ ହେଉଛନ୍ତି। ଗତକାଲି ପ୍ରାୟ ୫ ଦେଶରୁ ୩୪ ପ୍ରବାସୀ ଭାରତୀୟ ନନ୍ଦନକାନନ ପରିଦର୍ଶନରେ ଯାଇଥିଲେ। ନନ୍ଦନକାନନ ପ୍ରାଣୀଉଦ୍ୟାନ ଉପନିର୍ଦେଶକ ସନଥ କୁମାର ନାରାୟଣ, ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ବାବଧାନରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ବ୍ୟାଟେରିଚାଳିତ ଗାଡ଼ିରେ ଜୀବଜନ୍ତୁ ଖୁଆଡ଼ ବୁଲିଥିଲେ। ପ୍ରସ୍ଥାନ ପଥରେ ଓରମାସ ତରଫରୁ ହୋଇଥିବା ୪ଟି ଷ୍ଟଲରୁ ବିଭିନ୍ନ ସାମଗ୍ରୀ କ୍ରୟ କରିଥିଲେ। ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ମଜା ନେଇଥିଲେ। ଦୁବାଇରୁ ୧୦ଜଣ, ମରିସସ୍ରୁ ୮, ଋଷିଆରୁ ୩, ଓମାନରୁ ୨ ଓ ଦେଶ ଭିତରୁ ୧୧ଜଣ ପ୍ରବାସୀ ନନ୍ଦନକାନନ ବୁଲିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    25 %
    1.7kmh
    0 %
    Tue
    21 °
    Wed
    35 °
    Thu
    37 °
    Fri
    37 °
    Sat
    38 °

    ସମ୍ବନ୍ଧିତ