Thursday, July 31, 2025
24.8 C
Odisha

    ନିଟ୍ ପେପର ଲିକ୍ ମାମଲା: ଭୁବନେଶ୍ୱରରୁ ଜଣଙ୍କୁ ଗିରଫ କରିଛି ସିବିଆଇ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନିଟ୍ ପେପର ଲିକ୍ ମାମଲାରେ ସିବିଆଇକୁ ମିଳିଛି ଆଉ ଏକ ସଫଳତା । ଭୁବନେଶ୍ୱରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ସାମନ୍ତ । ପ୍ରଶ୍ନପତ୍ର ବିତରଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି । ତେବେ ସିବିଆଇ ୧୦ ଦିନ ରିମାଣ୍ଡ ପାଇଁ ନିବେଦନ କରିଥିଲା । ସୂଚନାରୁ ପ୍ରକାଶ ସିବିଆଇ ନିଟ୍ ୟୁଜି ପେପର ଲିକ୍ ମାମଲାରେ ଶନିବାର ଭୁବନେଶ୍ୱରରୁ ଜଣେ ଅଭିଯୁକ୍ତ ସୁଶାନ୍ତ ସାମନ୍ତଙ୍କୁ ଗିରଫ କରିଥିଲା । ଏହା ପରେ ସୋମବାର ପାଟନା ସ୍ଥିତ ସିବିଆଇର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସୁଶାନ୍ତଙ୍କୁ ହାଜର କରାଯାଇଥିଲା । ସିବିଆଇ ଅଭିଯୁକ୍ତକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ନିବେଦନ କରିଥିଲେ କିନ୍ତୁ କୋର୍ଟ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏହି ମାମଲାରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିସାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    2.5kmh
    97 %
    Wed
    25 °
    Thu
    30 °
    Fri
    31 °
    Sat
    29 °
    Sun
    32 °

    ସମ୍ବନ୍ଧିତ