Wednesday, March 11, 2026
29.1 C
Odisha

    ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ ଉତ୍ସବ ୨୦୨୫ ଡିସେମ୍ବର ୯ ତାରିଖ ଦିନ ବୁଦ୍ଧ ମନ୍ଦିର ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦ ନିର୍ଝର ଆନନ୍ଦ ଓ ଖୁସିର ପ୍ରତୀକ, ଯାହା ଆମ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟର ସମୃଦ୍ଧ ପରମ୍ପରାକୁ ପ୍ରୋତ୍ସାହିତ, ସଂରକ୍ଷଣ ଓ ସମୃଦ୍ଧ କରିବା ନିମନ୍ତେ ସ୍ବତନ୍ତ୍ର ଭାବରେ ଉତ୍ସର୍ଗୀକୃତ ଏକ ମଞ୍ଚ ବୋଲି ଏହି ଅବସରରେ ମତପ୍ରକାଶ ପାଇଛି। ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସିର୍, ଡାଇରେକ୍ଟର ଏଚଆର, ଓଏଚପିସି ସନ୍ଦୀପ ପଟ୍ଟନାୟକ ଏବଂ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

    ଆନନ୍ଦ ନିର୍ଝରର ପ୍ରତିଷ୍ଠାତା ମହେଶ୍ଵତା ମହାନ୍ତି କହିଥିଲେ, ଏକ ନୂଆ ସାଂସ୍କୃତିକ ଯାତ୍ରାର ଏହା ଅୟମାରମ୍ଭ ହୋଇଛି, ଯେଉଁ ଚାନେଲ ସଙ୍ଗୀତ, କଳା, ସଂସ୍କୃତି ଓ ସମକାଳୀନ ଚିନ୍ତାଧାରା ତଥା ଆଧ୍ୟାତ୍ମିକ ବିଷବସ୍ତୁକୁ ପ୍ରଦର୍ଶନ କରିବ। ଏହି ପ୍ଲାଟଫର୍ମ ମନୋରଞ୍ଜନ, ସୃଜଶୀଳତା ଏବଂ ଅଭିବ୍ୟକ୍ତି ଜରିଆରେ ଜନ ଜୀବନକୁ ସମୃଦ୍ଧ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    20 %
    2.6kmh
    0 %
    Wed
    31 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ