Sunday, December 14, 2025
13.8 C
Odisha

    ନେପାଳକୁ ପୁଣି ହିନ୍ଦୁରାଷ୍ଟ୍ର ଘୋଷଣା ଦାବି, ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନେପାଳକୁ ପୁଣି ହିନ୍ଦୁରାଷ୍ଟ୍ର ଘୋଷଣା ଦାବି ଜୋର୍‌ ଧରିଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ରାଜଧାନୀ କାଠମାଣ୍ଡୁ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏମାନେ ଦେଶରେ ପୁଣିଥରେ ରାଜତନ୍ତ୍ର ପ୍ରତିଷ୍ଠା କରିବାକୁ ଦାବି କରୁଛନ୍ତି। ରାଜନୈତିକ ଦଳଗୁଡିକ ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି। ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟ ସରକାରୀ ଅଫିସରେ ପହଞ୍ଚିବାକୁ ପ୍ରୟାସ କରୁଛନ୍ତି। ଏହି ସମୟରେ ସେମାନେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ ପ୍ରଦର୍ଶନକାରୀଙ୍କୁ ଅଟକାଇବା ପାଇଁ ବାଉଁଶ ଗୋଳା, ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରିଛି। ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ଅଧିନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆମେ ନିଜ ଦେଶ ଏବଂ ରାଜାଙ୍କୁ ଜୀବନଠାରୁ ଅଧିକ ଭଲ ପାଉଛୁ ବୋଲି ପ୍ରଦର୍ଶନକାରୀ ସ୍ଲୋଗାନ ଦେଉଛନ୍ତି।ସୂଚନାଯୋଗ୍ୟ ଯେ ୨୪୦ ବର୍ଷ ଧରି ଚାଲି ଆସୁଥିବା ନେପାଳର ରାଜତନ୍ତ୍ର ଶାସନ ୨୦୦୮ରେ ଶେଷ ହୋଇଥିଲା। ୨୦୦୭ରେ ଦେଶର ହିନ୍ଦୁ ରାଷ୍ଟ୍ରରୁ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲା। ଏ ପର୍ଯ୍ୟନ୍ତ ଦେଶରେ ୧୩ ସରକାର ଗଠନ ହୋଇଛି। ତେବେ ରାଜନୈତିକ ସ୍ତରରେ ଅନେକ ଅସ୍ଥିରତା ଲାଗି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.8 ° C
    13.8 °
    13.8 °
    54 %
    1.4kmh
    3 %
    Sat
    14 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ