Sunday, February 16, 2025
20.5 C
Odisha

    ପରାଜୟର ସମୀକ୍ଷା କରୁଥିଲା କଂଗ୍ରେସ, ଅଧାରେ ରହିଲା…

    ଆଗକୁ ପଢନ୍ତୁ

    ଝାଡ଼ଖଣ୍ଡ ବିଧାବସଭା ନିର୍ବାଚନରେ ଧନବାଦର ୩ଟି ସିଟ୍ ଝରିଆ, ବାଘମରା ଏବଂ ଧନବାଦରେ କଂଗ୍ରେସକୁ ଅରାଜୟର ସାମ୍ନା କରିବାକୁ ପଡ଼ିଛି । ଏ ନେଇ ଧନବାଦ ଉତ୍ସବ ଭବନରେ କଂଗ୍ରେସ ଦଳ ପକ୍ଷରୁ ସମୀକ୍ଷା ବୈଠକ ଡକଯାଇଥିଲା । ବୈଠକ ଆରମ୍ଭ ହେଉ ହେଉ ଦୁଇଜଣ ପଦାଧିକାରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା । ଏହାଦେଖି ଅଧିକାରୀଙ୍କ ସମର୍ଥକମାନଙ୍କ ଭିତରେ ମଧ୍ୟ ମାରପିଟ୍ ଆରମ୍ଭ ହୋଇଗଲା । କିଛି ସମୟରେ ସଭା ଗୃହ ଧ୍ୱସ୍ତ ସ୍ଥାନରେ ପରିଣତ ହୋଇଗଲା । ସେମାନଙ୍କ ମଧ୍ୟରେ ଲାଗି ରହିଥିବା ବାଟିତୁଣ୍ଡକୁ ରୋକିବା ପାଇଁ ସେଠାରେ ଉପସ୍ଥିତ ଅନ୍ୟ କାର୍ଯ୍ୟକର୍ତ୍ତା ଚେଷ୍ଟା କରିବା ପରେ ସ୍ଥିତି ଥମିଥିଲା । ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ଲଢ଼େଇର ସମ୍ପୂର୍ଣ୍ଣ ଛବି ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ଅଛି ।
    ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ) ଅର୍ନ୍ତଗତ ଇଣ୍ଡିଆ ମେଣ୍ଟ ୫୬ ବିଧାନସଭା ଆସନରେ ବିଜୟ ଲାଭ କରିଛି । ୮୧ ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡର ମ୍ୟାଜିକ୍ ନମ୍ବର ୪୧ ରହିଥିଲା । ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଂଗ୍ରେସ ହେମନ୍ତଙ୍କୁ ଡେପୁଟି ସିଏମ ପଦ ପାଇଁ ଦାବି କରିଥିଲେ ସୁଦ୍ଧା ପଦ ମିଳିପାରି ନ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    40 %
    2.3kmh
    0 %
    Sun
    21 °
    Mon
    35 °
    Tue
    36 °
    Wed
    37 °
    Thu
    36 °

    ସମ୍ବନ୍ଧିତ