Thursday, September 10, 2026
27.3 C
Odisha

    ପିକ୍‌ଅପ୍‌ ଦୁର୍ଘଟଣା: ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅଧୀନ ବାଙ୍କି ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ଭେଟିଛନ୍ତି। ଏହି ଘଟଣା ସଂପର୍କରେ ସୂଚନା ମିଳିବା ପରେ ଶ୍ରୀମତୀ ପଣ୍ଡିତ କଟକ ବଡ଼ଡ଼ାକ୍ତରଖାନାପୁ ଯାଇ ସେଠାରେ ଚିକିତ୍ସାଧୀନ ଛାତ୍ରଛାତ୍ରୀମାନଙ୍କୁ ଭେଟିଛନ୍ତି। ଆହତ ଛାତ୍ରଛାତ୍ରୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ଓ ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି। ଏହି ଅବସରରେ ଶ୍ରୀମତୀ ପଣ୍ଡିତ କହିଛନ୍ତି, ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିକ୍‌ଅପ୍‌ ଦୁର୍ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ମନେ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେ ଗଭୀର ଶୋକ ଜଣାଇଛନ୍ତି। ଏଥି ସହିତ ଶ୍ରୀ ମାଝୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ  ‘ଏକ୍ସ’ରେ  ଶ୍ରୀ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଏବଂ ଶିକ୍ଷା ବିଭାଗର ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଚିକିତ୍ସିତ ହେଉଥିବା ଆହତ ଛାତ୍ରଛାତ୍ରୀମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲର ଗଣତନ୍ତ୍ର ଦିବସ ସାରି ସରଣ୍ଡା ପରେଡ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ହେବାକୁ ଥିବା ପରେଡରେ ଅଂଶଗ୍ରହଣ କରିଥାନ୍ତେ। ହେଲେ ନଟିଆ ବର ନିକଟରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଫଳରେ ୨୩ ଜଣ ପିଲା ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।  ତେବେ ସ୍ଥାନାନ୍ତରିତ ବେଳେ ବାଟରେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି। ଆଠଗଡ଼ ଡାକ୍ତରଖାନାରେ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ