Tuesday, April 28, 2026
31.4 C
Odisha

    ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ଓହ୍ଲାଇଲେ ପତ୍ନୀ ଜାଗୃତି ପଣ୍ଡା

    ଆଗକୁ ପଢନ୍ତୁ

    ରୋଚକ ହେଉଛି ପିପିଲି ରାଜନୀତି । ବିଜେଡିରୁ ଲଢୁଛନ୍ତି ରୁଦ୍ର ମହାରଥୀ । ସ୍ତ୍ରୀ ଜାଗୃତି ପଣ୍ଡା ହେଲେ ସ୍ୱାଧୀନ ପ୍ରାର୍ଥୀ । ରାଜ୍ୟ ରାଜନୀତିରେ ନିର୍ବାଚନୀ ଉଷ୍ମତା ଭିତରେ ପିପିଲିରୁ ଆସିଛି ବଡ ଖବର । ପିପିଲିରେ କିଛି ଏମିତି ଘଟଣା ଘଟିଛି ଯାହା ରାଜନୀତିରେ ହୁଏତ ଆଗରୁ କେବେ ଘଟିନଥିବ । ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ ବିଜେଡି ପ୍ରାର୍ଥୀ ଆଉ ସ୍ତ୍ରୀ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଯଦିଓ ଚଳିତ ନିର୍ବାଚନରେ ଗୋଟିଏ ପରିବାରରୁ ବାପା-ପୁଅ, ମାଆ-ପୁଅ ଆଉ ସ୍ୱାମୀ-ସ୍ତ୍ରୀ ନିର୍ବାଚନ ଲଢୁଥିବାର ଦେଖିବାକୁ ମିଳିଛି ସେମାନେ ସମସ୍ତେ କିନ୍ତୁ ଗୋଟିଏ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ପୁରୀ ଜିଲ୍ଲା ପିପିଲି ନିର୍ବାଚନମଣ୍ଡଳୀରେ କିନ୍ତୁ ଚିତ୍ର ବଦଳିଯାଇଛି ।

    ଗୋଟିଏ ପଟେ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢୁଛନ୍ତି । ହେଲେ ଅନ୍ୟପଟେ ରୁଦ୍ରଙ୍କ ପତ୍ନୀ ଜାଗୃତି ତାଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି । ରୁଦ୍ର ମହାରଥୀ ପିପିଲି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ନାମାଙ୍କନ ପତ୍ର ବି ଦାଖଲ କରିସାରିଛନ୍ତି । ହେଲେ ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ନିଜ ସ୍ୱାମୀଙ୍କ ବିରୋଧରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ମିଳିଥିବା ଖବର ଅନୁସାରେ ଜାଗୃତି ପିପିଲି ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ । ଏଥିପାଇଁ ସୋମବାର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି । ଏହା ପୂର୍ବରୁ ଗତ ୩ ତାରିଖରେ ରୁଦ୍ର ମହାରଥୀ ନାମାଙ୍କନ ଭରିଥିବା ବେଳେ ଗତକାଲି ନାମାଙ୍କନ ଦାଖଲ କରିଛନ୍ତି ଜାଗୃତି । ହଠାତ୍ ସ୍ୱାମୀଙ୍କ ବିରୋଧରେ ଜାଗୃତି କାହିଁକି ପ୍ରାର୍ଥୀ ହେବା ପାଇଁ ଚାହିଁଲେ ଏବଂ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଲେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି କି ଜାଗୃତି ଗତକାଲି ଠାରୁ ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ ମଧ୍ୟ ହଠାତ୍ ଏହି କଥା ସାମନାକୁ ଆସିପାରିନଥିଲା । ଏହି ଖବର ଆଜି ଜଣାପଡିବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି । ତେବେ ଜାଗୃତି କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ସ୍ୱାମୀ ରୁଦ୍ର ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଲେ ସେ ସଂପର୍କରେ କିଛି ମୁହଁ ଖୋଲିନାହାଁନ୍ତି । ସେହିପରି ଏ ନେଇ ରୁଦ୍ରଙ୍କ ତରଫରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.4 ° C
    31.4 °
    31.4 °
    28 %
    1.5kmh
    92 %
    Mon
    30 °
    Tue
    42 °
    Wed
    43 °
    Thu
    44 °
    Fri
    40 °

    ସମ୍ବନ୍ଧିତ