Saturday, October 24, 2026
27.6 C
Odisha

    ନୃତ୍ୟ ମାଧ୍ୟମରେ ନଦୀ ସୁରକ୍ଷାର ବାର୍ତ୍ତା ଦେଲେ ଡ୍ରିମ୍ ଗର୍ଲ ହେମାମାଳିନୀ

    ଆଗକୁ ପଢନ୍ତୁ

    ନୃତ୍ୟନାଟିକା ‘ଗଙ୍ଗା’ରେ ହେମାମାଳିନୀଙ୍କ ମନମୁଗ୍ଧକର ପ୍ରଦର୍ଶନ । ଯମୁନା ପ୍ରଦୂଷଣକୁ ନେଇ ଦେଲେ ସଚେତନତାର ବାର୍ତ୍ତା । ନୃତ୍ୟ ମାଧ୍ୟମରେ ନଦୀ ସୁରକ୍ଷା ଓ ପରିବେଶ ସଂରକ୍ଷଣର ବାର୍ତ୍ତା ଦେଲେ ବଲିଉଡ୍ ର ଡ୍ରିମ୍ ଗର୍ଲ ତଥା ସାଂସଦ ହେମାମାଳିନୀ । ବ୍ରଜରାଜ ଉତ୍ସବ ଅବସରରେ ହରିଦାସ ଅଡିଟୋରିୟମରେ ନିଜର ଲୋକପ୍ରିୟ ନୃତ୍ୟନାଟିକା ‘ଗଙ୍ଗା’ ପରିବେଷଣ କରିଛନ୍ତି ହେମାମାଳିନୀ । ଶାସ୍ତ୍ରୀୟ ଓ ଫ୍ରିଷ୍ଟାଇଲ୍ ନୃତ୍ୟର ଅପୂର୍ବ ସମନ୍ୱୟ ମାଧ୍ୟମରେ ସେ ପବିତ୍ର ଗଙ୍ଗା ନଦୀର ମାନବୀୟ ରୂପକୁ ମଞ୍ଚରେ ଜୀବନ୍ତ କରିଥିଲେ ।

    ଏହି ନୃତ୍ୟନାଟିକା ମାଧ୍ୟମରେ ଗଙ୍ଗା ନଦୀର ପବିତ୍ରତା, ମହତ୍ତ୍ୱ ଓ ନଦୀ ପ୍ରଦୂଷଣର ଗମ୍ଭୀର ସମସ୍ୟାକୁ ଦର୍ଶାଯାଇଛି । ଯମୁନା ନଦୀର ବଢ଼ୁଥିବା ପ୍ରଦୂଷଣକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ହେମାମାଳିନୀ । ହେମାମାଳିନୀ କହିଛନ୍ତି, ଗଙ୍ଗା ଓ ଯମୁନାର କାହାଣୀ ପ୍ରାୟ ସମାନ। ଉଭୟ ନଦୀର ସୁରକ୍ଷା ଓ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ । ବିଶେଷକରି ଯମୁନା ନଦୀ ଏବେ ଅତ୍ୟଧିକ ପ୍ରଦୂଷିତ ହୋଇପଡ଼ିଛି । ତେଣୁ ଯମୁନାକୁ କିଭଳି ପ୍ରଦୂଷଣମୁକ୍ତ କରାଯାଇପାରିବ, ସେନେଇ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ଏହି ଉଦ୍ଦେଶ୍ୟରେ ‘ଗଙ୍ଗା’ ନୃତ୍ୟନାଟିକାରେ ଯମୁନାର କାହାଣୀକୁ ମଧ୍ୟ ସାମିଲ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.6 ° C
    27.6 °
    27.6 °
    47 %
    2.1kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    22 °

    ସମ୍ବନ୍ଧିତ