Saturday, October 24, 2026
27.6 C
Odisha

    ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ । ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ମୈଦାନରେ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଭାରତ ୪ ୱିକେଟ୍ ରେ ଜିତି ୧-୦ ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଟ୍ବେଣ୍ଟି-୨୦ ଜିତିବା ପରେ ଏବେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଉପରେ ନଜର ରଖିଛି । ଏହି ମ୍ୟାଚ୍ ଜିତି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆଗୁଆ ହେବାର ଲକ୍ଷ୍ୟ ରଖିଛି ଶ୍ରେୟସ ଆୟରଙ୍କ ଦଳ । ହେଲେ ଦଳ ପାଇଁ ଏବେ ବଡ଼ ଚିନ୍ତାର କାରଣ ହେଉଛି ଈଶାନ କିଶନଙ୍କ ଆହତ ଜନିତ ସମସ୍ୟା ।

    ଗୁରୁବାର ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ୨୨୬ ରନ୍ ର ବଡ଼ ସ୍କୋର୍ କରିଥିଲେ ମଧ୍ୟ ଭାରତ ୨ ବଲ୍ ପୂର୍ବରୁ ୪ ୱିକେଟ୍ ରେ ମ୍ୟାଚ୍ ଜିତି ନେଇଥିଲା । ସଞ୍ଜୁ ସାମ୍ ସନ୍ , ଶ୍ରେୟସ, ନମନ ଧୀର ଚମତ୍କାର ଖେଳି ଦଳକୁ ଏହି ବଡ଼ ବିଜୟ ଦେଇଥିଲେ । ଆଜି ଖ୍ରୀଷ୍ଟଚର୍ଚ୍ଚରେ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଆଉ ଏକ ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ । ଏହି ମ୍ୟାଚ୍ ପରେ ଉଭୟ ଦଳର ପରବର୍ତ୍ତୀ ୩ ଟ୍ବେଣ୍ଟି-୨୦ ଯଥାକ୍ରମେ ୱେଲିଂଟନ୍ , ଅକ୍ ଲାଣ୍ଡ ଓ ହାମିଲଟନ୍ ରେ ଅକ୍ଟୋବର ୨୭, ୩୦ ଓ ନଭେମ୍ବର ୧ ତାରିଖରେ ଖେଳିବେ । ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ୫ ଦିନିକିଆ ଓ ୨ ଟେଷ୍ଟ୍ ମ୍ୟାଚ୍ ଖେଳିବେ ଉଭୟ ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.6 ° C
    27.6 °
    27.6 °
    47 %
    2.1kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    22 °

    ସମ୍ବନ୍ଧିତ