Tuesday, October 6, 2026
22.3 C
Odisha

    ପିସ୍ତାବାଦାମର ଉପକାରିତା

    ଆଗକୁ ପଢନ୍ତୁ

    ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ନିତ୍ୟାନ୍ତ ଜରୁରୀ। ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ, ଯାହା ଆମ ଶରୀରର ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।
    ଏଥିରେ ଆଇରନ୍, ଫାଇବର, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଥିଆମାଇନ, ପୋଟାସିୟମ୍, ଭିଟାମିନ୍ ବି ୬, କପର, ଲିନୋଲିକ୍ ଏସିଡ୍, ମୋନୋସାଚୁରେଟେଡ୍ ଫ୍ୟାଟି ଏସିଡ୍ ଇତ୍ୟାଦି ଭରପୂର ମାତ୍ରାରେ ଥାଏ। ପିସ୍ତା ଆମ ଆଖି ପାଇଁ ଖୁବ ଲଭଦାୟୀ ହୋଇଥାଏ। କେବଳ ସେତିକି ନୁହେଁ ଏହା ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ ଏବଂ ମୋଟାପା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ପିସ୍ତାବାଦାମ ଖାଇବାର ଫାଇଦା…

    ଡାଇବେଟିସ ପାଇଁ ଲାଭଦାୟକ:
    ନିୟମିତ ଭାବରେ ପିସ୍ତାବାଦାମ ଖାଇବା ଦ୍ୱାରା ଡାଇବେଟିସ ହେବାର ଆଶଙ୍କା ବହୁତ ମାତ୍ରାରେ କମିଯାଏ। ଏଥିରେ ଲୋ-ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଡାଇବେଟିସକୁ କଣ୍ଟ୍ରୋଲରେ ରଖିଥାଏ। ଏହା ବ୍ଲଡର ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

    ଆଖିର ଦୃଷ୍ଟିଶକ୍ତି ବଢାଏ:
    ପିସ୍ତାବାଦାମ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଲ୍ୟୁଟିନ୍ ଥାଏ, ଯାହା ଆଖିର ସ୍ଵାସ୍ଥ୍ୟ ପାଇଁ ଭଲ ହୋଇଥାଏ। ପିସ୍ତା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିବା ସହ ମୋତିଆ ବିନ୍ଦୁ ହେବାର ଆଶଙ୍କା ମଧ୍ୟ କମିଥାଏ।

    ହୃଦ୍ ରୋଗରୁ ରକ୍ଷା କରେ:
    ପିସ୍ତାବାଦାମକୁ ନିୟମିତ ଭାବେ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଏଥିରେ ବହୁ ପରିମାଣର ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି, ଯାହା ହୃଦ୍‌ରୋଗ ସମ୍ଭାବନାକୁ ବହୁ ପରିମାଣରେ ହ୍ରାସ କରିଥାଏ।

    କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରଣ କରେ:
    ପିସ୍ତାବାଦାମରେ ଫାଇବର ଏବଂ ମିନେରାଲ୍ସ ରହିଥାଏ, ଯାହା କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ପିସ୍ତା ଖାଇବା ଦ୍ୱାରା ପେଟ ଭରି ରହିଲା ଭଳି ଲାଗିଥାଏ, ଯାହାଦ୍ୱାରା ଆମେ କମ ଖାଦ୍ୟ ଖାଇଥାଉ ଏବଂ ଓଜନ ହ୍ରାସ ହୋଇଥାଏ।

    ହାଡ଼କୁ ମଜବୁତ କରେ:
    ପିସ୍ତା ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ ହୋଇଥାଏ। ପିସ୍ତାରେ ଭରପୂର ମାତ୍ରାରେ ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବା, ବ୍ଲଡ଼ରେ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ ଏବଂ ଏଥିରେ ଥିବା କୋଲୋନ୍ କ୍ୟାନ୍ସର ହେବାର ଆଶଙ୍କା କମ କରିଥାଏ।

    କୋଷ୍ଠକାଠିନ୍ୟ ଦୂର କରେ:
    ପିସ୍ତା ବାଦାମରେ ଫାଇବର ପ୍ରଚୁର ମାତ୍ରାରେ ଥିବା ଯୋଗୁଁ ଏହା ପେଟକୁ ସୁସ୍ଥ ରଖିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ପେଟ ଠିକ୍ ରହିଥାଏ, ଯାହା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ