Sunday, September 20, 2026
30.5 C
Odisha

    ପ୍ରେମ ସମ୍ପର୍କ ପରେ ପ୍ରତାରଣା: ଅଭିଯୁକ୍ତ ଡାକ୍ତର ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲାରେ ଜଣେ ଡାକ୍ତର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଡାକ୍ତର ଜଣକ ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ମାମଲାର ତଦନ୍ତରୁ ଜଣାପଡିଛି ଯେ, ପୀଡିତା ଗତ ୨୫ ବର୍ଷ ଧରି ମାଲକାନଗିରିର ଭାଟିସାଲଗୁଡ଼ା ଗ୍ରାମରେ ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରେ ରହୁଥିଲେ। ପୀଡିତାଙ୍କ ମାଆ ମୋଟୁରେ ରହୁଛନ୍ତି ଏବଂ ମୋଟୁ ତହସିଲ କାର୍ଯ୍ୟାଳୟରେ ପିଅନ ଭାବରେ କାମ କରୁଛନ୍ତି।

    ୨୦୧୯ ମସିହାରେ ପୀଡିତା ମୋଟୁରେ ତାଙ୍କ ମାଆଙ୍କ ପାଖକୁ ଯାଇଥିଲେ ଏବଂ ସିଏଚସି ମୋଟୁରେ ଆୟୁଷ ଡାକ୍ତର ଭାବରେ ନିଯୁକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ଆସିଥିଲେ। ତା’ପରେ ଅଭିଯୁକ୍ତ ଜଣକ ସହ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଅଭିଯୁକ୍ତ ଅମିତ କୁମାର ସାହୁ ଅନ୍ୟମାନଙ୍କୁ ଟଙ୍କା ଋଣ ଦେଇ ସୁଧ ସହିତ ଆଦାୟ କରିବା ପାଇଁ ପୀଡିତାଙ୍କୁ ଟଙ୍କା ଦେଇଥିଲେ। ପୀଡିତା ମୂଳଧନର ସୁଧ ଟଙ୍କା ସଂଗ୍ରହ କରି ଅଭିଯୁକ୍ତଙ୍କୁ ଦେଉଥିଲେ। ଯେତେବେଳେ ପୀଡିତା ଅଭିଯୁକ୍ତଙ୍କୁ ବିବାହ ପାଇଁ ପଚାରିଲେ, ସେ ଅପେକ୍ଷା କରିବାକୁ କହିଲେ ଏବଂ ମାଲକାନଗିରି ଜିଲ୍ଲାରୁ ସମ୍ବଲପୁର ଜିଲ୍ଲାକୁ ତାଙ୍କର ସ୍ଥାନାନ୍ତର ହେଲେ ବିବାହ କରିବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ।

    ଗତ ୨୭.୧୦.୨୦୨୪ ରେ ଯେତେବେଳେ ଅଭିଯୁକ୍ତ ଜଣକ କୌଣସି ଉତ୍ତର ଦେଲେ ନାହିଁ, ପୀଡିତା ଜଣକ କୋରକୁଣ୍ଡା ସ୍ଥିତ ଅଭିଯୁକ୍ତ ଅମିତ କୁମାର.ସାହୁଙ୍କ ସରକାରୀ କାର୍ଯ୍ୟାଳୟକୁ ଯାଇ ବିବାହ ପାଇଁ ଅନୁରୋଧ କଲେ। ଅଭିଯୁକ୍ତ ଜଣକ ବିବାହର ପ୍ରତିଶ୍ରୁତି ଦେଇ ପୁଣି ଶାରୀରିକ ସମ୍ପର୍କ ରଖିଥିଲେ।
    ଇତିମଧ୍ୟରେ ଗତ ୧୭.୦୨.୨୦୨୫ ତାରିଖରେ ଅଭିଯୁକ୍ତ ଜଣକ ଅନ୍ୟ ଜଣେ ମହିଳାଙ୍କ ସହିତ ବିବାହ କରିଥିଲେ। ଏନେଇ ମାଲକାନଗିରି ଥାନାରେ ଏତଲା ଦାୟର କରାଯିବା ପରେ ପୁଲିସ ଏହାର ତଦନ୍ତ କରି ଅଭିଯୁକ୍ତ ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ