Sunday, September 20, 2026
28.5 C
Odisha

    ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ, ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : Vigilance Trap ICDS ସୁପରଭାଇଜର, JRA । ଲାଞ୍ଚ ନେଇ ଧରାପଡ଼ିଲେ ହିଞ୍ଜିଳକାଟୁ CDS ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଏକ ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ବାକି ଥିବା ଘରଭଡ଼ା ଟଙ୍କା ମଞ୍ଜୁର କରିବା ପାଇଁ ସେମାନେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଦାବି ମୁତାବକ ଲାଞ୍ଚ ଟଙ୍କା ନଦେଲେ ଆଗାମୀ ମାସର ଘରଭଡ଼ା ମଧ୍ୟ ବନ୍ଦ କରିଦିଆଯିବ ବୋଲି ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଧମକ ଦେଇଥିଲେ ।

    ଏନେଇ ଅଙ୍ଗନୱାଡି କର୍ମୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ସିଡିପିଓ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଭିଯୋଗକାରିଣୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁପରଭାଇଜର ଓ ଜେଆରଏଙ୍କୁ ଧରିଥିଲେ । ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠାବ ନେଇ ଦୁଇ ଜଣଙ୍କ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ