Wednesday, April 29, 2026
43 C
Odisha

    ଫିଲ୍ମ ପ୍ରଯୋଜକ ହେବା ପାଇଁ ସାଇବର ଠକେଇ

    ଆଗକୁ ପଢନ୍ତୁ

    ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା। ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଏକ ସାଇବର ଠକକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୁଲିସର ସାଇବର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍।
    ଏକ ହ୍ୱାଟସପ୍ ଗ୍ରୁପ ଜରିଆରେ ଏହି ଠକେଇ କରାଯାଇଥିଲା। ଏହି ଜରିଆରେ ମେସେଜ୍ ଦେବା ସହ ଅନଲାଇନ୍ ଟ୍ରେଡିଂ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରାଯାଉଥିଲା। ଯେଉଁଥିରେ ଉତ୍ସାହିତ ହୋଇ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳର ଜଣେ ମହିଳା ୧୯ ଲକ୍ଷ ୫୦ ହାଜର ଟଙ୍କା ବିନିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଠକେଇର ମାଷ୍ଟରମାଇଣ୍ଡକୁ ତାମିଲନାଡୁରେ ଠାବ କରାଯାଇଥିଲା। ଗିରଫ ଅଭିଯୁକ୍ତ ଆକାଉଣ୍ଟ୍ ରେ ୬୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଥିବା ବେଳେ ତାହାକୁ ଜବତ କରାଯାଇଛି। ଠକେଇ ଟଙ୍କାରେ ଫିଲ୍ମ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲା ଠକ । ଯଦି ଆଉ କୌଣସି ଓଡ଼ିଆ ଲୋକେ ଏଭଳି ଠକେଇର ଶିକାର ହୋଇଥାନ୍ତି ତେବେ ଅଭିଯୋଗ କଲେ, ଅଭିଯୋଗ ମୁତାବକ ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    43 ° C
    43 °
    43 °
    11 %
    3.2kmh
    21 %
    Wed
    40 °
    Thu
    42 °
    Fri
    41 °
    Sat
    42 °
    Sun
    41 °

    ସମ୍ବନ୍ଧିତ