Sunday, October 18, 2026
23.2 C
Odisha

    କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  କେନ୍ଦୁଝର ପାଟଣା ବ୍ୟାଙ୍କକୁ ଜଣେ ଭାଇ ତାଙ୍କ ଭଉଣୀଙ୍କ ଶବ ନେବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ପରେ ଶବ ବୋହି ନେଇଯାଇଥିବା ଭାଇଙ୍କୁ ଟଙ୍କା ମିଳିପାରିଛି। ଏଭଳି ଘଟଣା କାହିଁକି ଘଟିଲା ଏବଂ ଏହାର ପୁନରାବୃତ୍ତି ଯେପରି ନ ହେବ ସେ ନେଇ ଉତ୍ତରାଞ୍ଚଳ ଆର୍‌ଡିସି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରୁ ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଛି। ଡେଥ୍‌ ସାର୍ଟିଫିକେଟ୍‌ (ମୃତ୍ୟୁ ପ୍ରମାଣପତ୍ର) ଏବଂ ଲିଗାଲ ହେୟାର ସାର୍ଟିଫିକେଟ୍‌ ମଧ୍ୟ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରଦାନ କରାଯାଇଛି। ଫାଷ୍ଟ ଟ୍ରାକ୍‌ ମୋଡ୍‌ରେ ମେଡିକାଲ ଅଫିସର ପହଞ୍ଚି ଡେଥ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି। ଅସହାୟ ବ୍ୟକ୍ତି ଯେପରି ପୁନର୍ବାର ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାର ନଜିର ଦେଖିବାକୁ ନ ମିଳେ ସେଥିନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ସରକାରୀ ଏବଂ ବ୍ୟାଙ୍କିଙ୍ଗ୍‌ ସହାୟତା ବିନା ବାଧାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଘଟଣା ଘଟିଲା ସେଥିପାଇଁ କାହାର ଅବହେଳା ଅଛି ସେକଥା ଜଣାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅସୁବିଧାର ସାମ୍ନା କଲେ ଭୟଭୀତ ନ ହୋଇ ପ୍ରଶାସନକୁ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ