Thursday, September 17, 2026
30.3 C
Odisha

    ବର୍ଷାରେ ଭୁଲରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

    ଆଗକୁ ପଢନ୍ତୁ

    ବର୍ଷା ଦିନରେ ପାଣି ଜମି ଚାରିଆଡ଼ ସନ୍ତସନ୍ତିଆ ରହୁଥିବାରୁ ଅନେକ ରୋଗ ହେବାର ଆଶଙ୍କା ରହିଥାଏ। ବିଶେଷକରି ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା, ଜ୍ବର, ଡାଇରିଆ ପରି ଅନେକ ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବର୍ଷାଦିନେ ଘରଦ୍ୱାର ପରିଷ୍କାର ରଖିବାକୁ ଏବଂ ବାହାରର ଖାଦ୍ୟ ନ ଖାଇବାକୁ କହିଥାନ୍ତି।

    ତେବେ ଏହିଦିନେ କେଉଁପ୍ରକାର ଖାଦ୍ୟ ଖାଇବା ଅନୁଚିତ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

    -ବର୍ଷାଦିନରେ ସବୁଜ ପତ୍ରଯୁକ୍ତ ପନିପରିବା, ଯେପରିକି ବନ୍ଧାକୋବି, ଫୁଲକୋବି, ବ୍ରୋକଲି, ପାଳଙ୍ଗ ଶାଗ, ସଜନା ଶାଗ ଆଦି ଖାଇବା ଅନୁଚିତ। ଏହି ଦିନରେ ପତ୍ରଯୁକ୍ତ ପନିପରିବାରେ ବିଭିନ୍ନ ପ୍ରକାର ପୋକଜୋକ ଦେଖିବାକୁ ମିଳିଥାନ୍ତି। ତେଣୁ ଏସବୁ ଖାଦ୍ୟ ଖାଇବା ଦ୍ୱାରା ଫୁଡ୍‌ ପଏଜନିଂ ହେବା ଆଶଙ୍କା ଅଧିକ ଥାଏ।
    ସେହିଭଳି ବର୍ଷାଦିନେ ମାଟିତଳ ଜିନିଷଗୁଡ଼ିକୁ ଖାଇବାବେଳେ ସାବଧାନତା ଅବଲମ୍ବନ କରିବା ଉଚିତ। ଅନେକ ଏହାକୁ କଞ୍ଚା ଥାଇଥାନ୍ତି, କିନ୍ତୁ ବର୍ଷାଦିନେ ଏହାକୁ ସିଝାଇ ଖାଇବା ଉଚିତ।

    -ସେହିଭଳି ଛତୁ ମଧ୍ୟ ବର୍ଷାଦିନେ ଖାଇବା ଅନୁଚିତ। ଅନେକ ସମୟରେ ବର୍ଷାଦିନେ ବିଷାକ୍ତ ଛତୁ ଖାଇ ଲୋକେ ଫୁଡ୍‌ ପଏଜନିଂର ସାମ୍ନା କରୁଥିବାର ଦେଖାଯାଏ।

    -ଅନେକ ଲୋକ ଫିଟ୍‌ ରହିବା ପାଇଁ ଗଜା ମୁଗ ଓ ବୁଟ ଖାଇଥାନ୍ତି। କିନ୍ତୁ ବର୍ଷାଦିନେ ଏହାକୁ ଖାଇବା ଅନୁଚିତ। ବର୍ଷାଦିନେ ଏଥିରେ ଇକୋଲି ନାମକ ଜୀବାଣୁ ଦେଖାଯାନ୍ତି, ଏଥିଯୋଗୁଁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ