Wednesday, January 21, 2026
14.4 C
Odisha

    ବର୍ଷା ଋତୁରେ କାହିଁକି ବୃଦ୍ଧି ହୋଇଥାଏ ଉଚ୍ଚ ରକ୍ତଚାପ

    ଆଗକୁ ପଢନ୍ତୁ

    ଋତୁ ବଦଳିବା ସହିତ ଏହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ, ବର୍ଷା ଦିନ ଆସିବା ମାତ୍ରକେ କିଛିଟା ରୋଗର ସମସ୍ୟା ବଢି ଯାଇଥାଏ ଏବଂ ବର୍ଷା ଦିନରେ ବାତାବରଣରେ ଆର୍ଦ୍ରତା କାରଣରୁ ବ୍ଲଡ଼ ପ୍ରେସରରେ ମଧ୍ୟ ପରିବର୍ତ୍ତନ ଆସିଥାଏ l ଅନେକ ଗୁଡିଏ ରିସର୍ଚ୍ଚ ଅନୁସାରେ କୁହାଯାଇଛି ଯେ ଜଳବାୟୁରେ ପରିବର୍ତନ ହାର୍ଟ ଓ ବ୍ଲଡ଼ ପ୍ରେସର ଉପରେ ପଡିଥାଏ l ବ୍ଲଡ଼ ପ୍ରେସର ଉପରେ ବର୍ଷା ଋତୁର ପ୍ରଭାବ ଆସନ୍ତୁ ଜାଣିିିବା –
    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ବର୍ଷା ଋତୁରେ ହ୍ୟୁମିଡ଼ିଟି ଅଧିକ ବଢିଯାଇଥାଏ l ତାପମାତ୍ରା କମ ଅଧିକ ଦେଖାଯାଇଥାଏ, ଯେଉଁ କାରଣରୁ ବ୍ଲଡ଼ ପ୍ରେସର ହ୍ରାସ ଓ ବୃଦ୍ଧି ହୋଇଥାଏ l ତାପମାତ୍ରାରେ ଆର୍ଦ୍ରତା କାରଣରୁ ଡିହାଇଡ୍ରେସନ ଓ ଇଲେକଟ୍ରୋଲାଇଟ ଅସନ୍ତୁଳନ କାରଣରୁ ବ୍ଲଡ଼ ପ୍ରେସରରେ ରେଗୁଲେସନ ହୋଇଥାଏ l ହାର୍ଟ ସମସ୍ୟା ମଧ୍ୟ ଦେଖା ଯାଇଥାଏ l

    ଯେତେବେଳେ ବର୍ଷାଋତୁ ଆସିଥାଏ ଫିଜିକାଲ ଆକ୍ଟିଭିଟି ଓ ଖାଦ୍ୟ ପେୟରେ ପରିବର୍ତ୍ତନ ଆସିଥାଏ l ପ୍ରବଳ ବର୍ଷା କାରଣରୁ ଗୁଳୁଗୁଳି ଦେଖା ଯାଇଥାଏ ଓ ରକ୍ତଚାପ ବୃଦ୍ଧି ହୋଇଥାଏ l ବ୍ଲଡ଼ ପ୍ରେସରରେ ମଧ୍ୟ ପରିବତ୍ତନ ହୋଇଥାଏ l

    ଏହି ସମୟରେ ହାର୍ଟ ଅଟାକା ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ, ଏହି ଋତୁରେ ବୟସ୍କମାନେ ହାର୍ଟ ସମସ୍ୟା ବୃଦ୍ଧି ହୋଇଥାଏ l ହାର୍ଟ ପେସେଣ୍ଟମାନେ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ l

    ତାପମାତ୍ରାରେ ଆର୍ଦ୍ରତା ଅସନ୍ତୁଳନ କାରଣରୁ ମଧୁମେହ ରୋଗୀ ମାନେ ସତର୍କ ରହିବା ଜରୁରୀ ଅଟେ l କାହିଁକିନା ମଧୁମେହ ରୋଗୀଙ୍କର ସମସ୍ୟା ଅଧିକ ମାତ୍ରlରେ ବୃଦ୍ଧି ହେଉଥିବାର ମୁଖ୍ୟ କାରଣ ହେଉଛି ପାଣି ପିଇବାରେ କମି l

    ହେଲଦି ରହିବା ପାଇଁ ନିୟମିତ ଭାବରେ ବ୍ଲଡ଼ ପ୍ରେସର ଚେକ କରିବା ଜରୁରୀ ଏବଂ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.4 ° C
    14.4 °
    14.4 °
    60 %
    1.1kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ