Tuesday, February 17, 2026
22.8 C
Odisha

    ବସ୍ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା: ୧୪ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    କେନ୍ଦୁଝର: ବଡ଼ବିଲ ଥାନା ଏନଏଚ୍ ୫୨୦ ଭଦ୍ରାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବୈଷ୍ଣଦେବୀ ନାମକ ଯାତ୍ରୀବାହୀ ବସ ଯୋଡ଼ାରୁ ବଡ଼ବିଲ ଅଭିମୁଖେ ଆସୁଥିଲା। ବସଟି ରୋଇଡ଼ା ଛକ ଠାରୁ ରାସ୍ତାର ବାମ ପାର୍ଶ୍ୱରେ ନଯାଇ ଡାହାଣ ପଟ ରାସ୍ତା ଦେଇ ଅର୍ଥାତ୍ ଏନଏଚରେ ରଙ୍ଗ ରୁଟରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବାପରେ ଉଭୟ ଟ୍ରଲର ଓ ବସ୍ ରାସ୍ତା କଡ଼ରେ ଥିବା ଏକ ଟାୟାର ଦୋକାନ ପଟକୁ ମାଡ଼ିଯାଇଥିଲା । ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୧୦ରୁ ଅଧି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବଡ଼ବିଲ ମେଡ଼ିକାଲକୁ ନିଆଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ଓ ପରିବହନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ