Saturday, March 14, 2026
22 C
Odisha

    ବାରବାଟୀ ମ୍ୟାଚ୍‌: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଟି-୨୦ ମ୍ୟାଚରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ବାଲିଯାତ୍ରାର ତଳ ଓ ଉପର ପଡିଆରେ ଫ୍ୟାନ୍‌ ପାର୍କ କରାଯିବ। ଯେଉଁ ଦର୍ଶକମାନେ ଷ୍ଟାଡିଅମରେ ଖେଳ ଦେଖିବାକୁ ବଞ୍ଚିତ ହେବେ ସେମାନେ ସୁରୁଖୁରୁରେ ଉକ୍ତ ଦୁଇ ସ୍ଥାନରେ ବଡ ପରଦାରେ ଖେଳ ଦେଖି ପାରିବେ। ମୁଖ୍ୟତଃ ଟିକେଟ କିଣିବା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ କିପରି ରହିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଟିକେଟ କାଉଣ୍ଟରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଟିକେଟ କାଉଣ୍ଟରରେ ପ୍ରବେଶ ପଥ ଥିବାବେଳେ ସ୍ୱତନ୍ତ୍ର ଭାବେ ପ୍ରସ୍ଥାନ ପଥ କରାଯିବ। ସୁରକ୍ଷା ବ୍ୟବସ୍ଥା ନେଇ କମିଶନରେଟ ପୁଲିସ ସହ ଓସିଏ ସମସ୍ତ ପ୍ରକାରର ସହଯୋଗ କରିଆସୁଛି। ଯେପରି ସୁରକ୍ଷିତ ଭାବେ ଟିକେଟ କିଣିବା ସହ ଦର୍ଶକ ଖେଳ ଉପଭୋଗ କରି ପାରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି। ଏହାସହ ଶୁକ୍ରବାର ଓସିଏ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଓ ସବ୍‌ କମିଟିର ସଦସ୍ୟମାନଙ୍କ ସହ ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେିଛନ୍ତି । ଅନ୍ୟପଟେ ବାରବାଟୀ ଷ୍ଟାଡିଅମରେ ମ୍ୟାଚ୍‌ ପୂର୍ବରୁ ଶେଷଥର ପାଇଁ ଭୁବନେଶ୍ୱର ଆଇଆଇଟିର ବୈଷୟିକ ଟିମ୍‌ ପହଞ୍ଚି ବିଭିନ୍ନ ଦିଗରେ ଯାଞ୍ଚ କରିଛି। ଯାଞ୍ଚ ସମୟରେ ଉକ୍ତ ଟିମ୍‌ ଷ୍ଟାଡିଅମର ସ୍ଥିତି ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।

    ସୂଚନାଥାଉକି, ବାରବାଟୀ ଷ୍ଟାଡିଅମରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକ ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିଅମରେ ପ୍ରସ୍ତୁତି ଜୋରଦାର ଜାରି ରହିଛି । ଷ୍ଟାଡିଅମର ବିଭିନ୍ନ ଗ୍ୟାଲେରୀରେ ରଙ୍ଗ କାମ ସରିବା ଉପରେ ଥିବାବେଳେ କିଛି କିଛି ଗ୍ୟାଲେରୀରେ ରେଡିୟମ ଷ୍ଟିକରରେ ନମ୍ବରିଂ କାମ ଆରମ୍ଭ ହୋଇଛି । ଅନ୍ୟପଟେ ଷ୍ଟାଡିଅମରେ ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର ଭୁବନେଶ୍ୱର ଆଇଆଇଟିର ବୈଷୟିକ ଟିମ୍‌ ପହଞ୍ଚି ଶେଷ ଥର ପାଇଁ ଯାଞ୍ଚ କରିଛି। ଯାଞ୍ଚ ପରେ ସମସ୍ତ ରିପୋର୍ଟ ଡିସେମ୍ବର ୬ରେ ରାଜ୍ୟ ସରକାରଙ୍କ ଆରଆଣ୍ଡବି ବିଭାଗକୁ ଟିମ୍‌ ଦେବ। ପରେ ଏହାର ଏକ ରିପୋର୍ଟ କିମଶନରେଟ ପୁଲିସ, ଜିଲା ପ୍ରଶାସନ ଓ ଓସିଏକୁ ଦେବ। ଏ ନେଇ ଓସିଏର କନସଲଣ୍ଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର କହିଛନ୍ତି, ଟିମ୍‌ ଆଜି ଶେଷଥର ଯାଞ୍ଚ କରିଛି ଏବଂ ଯାଞ୍ଚ ସମୟରେ ଟିମ୍‌ ସନ୍ତୋଷ ପ୍ରକାଶ କରିଛି। ମ୍ୟାଚ୍‌ ପାଇଁ ସମସ୍ତ ଗ୍ୟାଲେରୀ କାମ ଶେଷ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ