Monday, October 12, 2026
22.3 C
Odisha

    ପିତାଙ୍କୁ ପଦକ ଉପହାର ଦେଲେ ଦୁବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତ ପୁରୁଷ ଟି୨୦ ବିଶ୍ବକପ୍‌ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଚମ୍ପିଆନ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳି ସ୍ବର୍ଣ୍ଣ ପଦକ ପାଇଥିଲେ। ଭାରତ ଚମ୍ପିଆନରେ ଅଲରାଉଣ୍ଡର ଶିଭମ ଦୁବେଙ୍କ ବଡ଼ ଅବଦାନ ରହିଥିଲା। ଦୁବେ ପାଇଥିବା ପଦକକୁ ପିତାଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ଦୁବେ ଘରେ ପହଞ୍ଚିବା ପରେ ପଦକକୁ ପିତାଙ୍କୁ ପିନ୍ଧାଇଥିଲେ। ଟି୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ହେବା ମୋ ପାଇଁ ସୌଭାଗ୍ୟର ବିଷୟ। ଏ ପଦକ ମୋ ପିତାଙ୍କ ପାଇଁ ସମ୍ଭବ ହୋଇଛି। ପିତାଙ୍କୁ ପଦକ ଉପହାର ଦେଇ ପାରିଥିବାରୁ ମୁଁ ବହୁତ ଖୁସି ବୋଲି ଦୁବେ କହିଛନ୍ତି। ସୂଚନାଯୋଗ୍ୟ, ଅଲରାଉଣ୍ଡର ଦୁବେ ଟି୨୦ ବିଶ୍ବକପରେ ୯ଟି ମ୍ୟାଚ ଖେଳି ୧୬୯.୦୬ ଷ୍ଟ୍ରାଇକରେଟ୍‌ରେ ୩୯.୧ ୬ ଆଭରେଜରେ ୨୩୫ ରନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ