Tuesday, April 28, 2026
31.4 C
Odisha

    ବିଚାରୀ ଥକି ପଡ଼ିଲେ! ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣି କହିଲେ ସୋନିଆ ଗାନ୍ଧୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ସଂସଦରେ ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଥିଲା।

    ତେବେ ବଜେଟ୍‌ ଅଧିବେଶନରେ ମୁର୍ମୁଙ୍କ ଅଭିଭାଷଣକୁ ନାପସନ୍ଦ କରିଛନ୍ତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା କଂଗ୍ରେସ ନେତା ରହୁଲ ଗାନ୍ଧୀ।

    କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ପ୍ରାରମ୍ଭିକ ମନ୍ତବ୍ୟର ବିଶ୍ଳେଷଣ କରିବା ସମୟରେ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଶେଷ ପର୍ଯ୍ୟନ୍ତ “ବହୁତ କ୍ଳାନ୍ତ” ହୋଇଯାଇଥିଲେ।

    ସେହିପରି ତାଙ୍କ ପୁଅ ରାହୁଲ ଗାନ୍ଧୀ ଏହାକୁ “ବିରକ୍ତିକର” ବା ‘ବୋରିଂ’ ବୋଲି କହିଥିଲେ। ଯଦିଓ ସୋନିଆ ଗାନ୍ଧୀ ଗଣମାଧ୍ୟମ ସହିତ କଥା ହେବାରୁ ନିବୃତ୍ତ ରହିଥିଲେ, ସେ ସଂସଦର ମିଳିତ ଅଧିବେଶନରେ ମୁର୍ମୁଙ୍କ ଏକ ଘଣ୍ଟା ଧରି ଭାଷଣ ଦେବା ଉପରେ ରାହୁଲଙ୍କୁ ତାଙ୍କର ମତାମତ ଦେଉଥିବାର ଶୁଣିବାକୁ ମିଳିଥିଲା।

    ରାଜ୍ୟସଭା ସାଂସଦଙ୍କୁ ସୋନିଆଙ୍କ ମୁହଁରୁ “ମିଥ୍ୟା ପ୍ରତିଶ୍ରୁତି” ଶବ୍ଦ ଶୁଭୁଥିବା ବେଳେ ରାହୁଲଙ୍କ ପାଟିରୁ ‘ବୋରିଂ’ ବୋଲି ଶୁଭୁଥିଲା। ସୋନିଆ ଆହୁରି ବି କହୁଥିଲେ ଯେ ‘‘ମୁର୍ମୁ ଶେଷ ପର୍ଯ୍ୟନ୍ତ ଠିକ୍‌ ଭାବେ କଥା କହି ପାରୁନଥିଲେ। ବିଚାରୀ!’’

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଥିଲେ, ‘‘୩ କୋଟି ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରହିଛି। କୃଷକଙ୍କ ଉନ୍ନତ ପାଇଁ ପଦକ୍ଷେପ ନିଆଯାଇଛି। ଆୟୁଷ୍କାନ ଯୋଜନାରେ ସଭିଙ୍କୁ ସୁବିଧାରେ ସ୍ବାସ୍ଥ୍ୟ ବୀମା ମିଳୁଛି। ଏକ ଦେଶ ଏକ ନିର୍ବାଚନ ପାଇଁ କାମ ଚାଲିଛି। ଦେଶ ଦୃଢ଼ତାର ସହ ନିଜ ନିଷ୍ପତ୍ତି ନେଉଛି।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.4 ° C
    31.4 °
    31.4 °
    28 %
    1.5kmh
    92 %
    Mon
    30 °
    Tue
    42 °
    Wed
    43 °
    Thu
    44 °
    Fri
    40 °

    ସମ୍ବନ୍ଧିତ