Friday, December 5, 2025
25.9 C
Odisha

    ବିଜାପୁର ଗୁଳିବିନିମୟ: ପୁଲିସ ଗୁଳିରେ ନିହତ ୫ ନକ୍ଦଲଙ୍କ ମୃତଦେହ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟରେ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତ ନକ୍ସଲମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ଅଛନ୍ତି। ସୁରକ୍ଷା ବାହିନୀର ଯବାନମାନେ ସମସ୍ତ ୫ଟି ମୃତଦେହ ଜବତ କରିଛନ୍ତି। ଏଥି ସହିତ ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି। ମୃତ ନକ୍ସଲମାନଙ୍କର ପରିଚୟ ତଦନ୍ତ କରାଯାଉଛି। ବସ୍ତର ଆଇଜି ପି ସୁନ୍ଦରରାଜ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାନ୍ଦେପାରା-କୋରାନଜେଦ୍ ଜଙ୍ଗଲରେ ନକ୍ସଲମାନଙ୍କ ଗତିବିଧି ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପେରେସନରେ ବାହାରିଥିବା ବେଳେ ରବିବାର ସକାଳେ ଜଙ୍ଗଲରେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ଆଗକୁ ଯାଇ ନକ୍ସଲମାନଙ୍କ ଗୁଳିର ଜବାବ ଦେଇଥିଲେ। ଏଥିରେ ମୁକାବିଲା କରି ନପାରି ୫ ଜଣ ନକ୍ସଲ ଟଳି ପଡ଼ିଥିଲେ। ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ସଂଖ୍ୟା ଆହୁରି ବଧିପରେ ବୋଲି ଆଶା କରାଯାଉଛି। ତେବେ ନକ୍ସଲମାନଙ୍କ ହତ୍ୟାକୁ ନେଇ ପୁଲିସ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି।
    ସୂଚନାଯୋଗ୍ୟ ଗତ ୬ ତାରିଖ ଦିନ ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନ୍‌ ପାଇଁ ଯବାନମାନେ ଯାଇଥିଲେ। ନକ୍ସଲମାନେ ବିସ୍ଫୋରଣ କରି ଡିଆର୍‌ଜି ଯବାନଙ୍କ ଭ୍ୟାନ୍‌କୁ ଉଡ଼ାଇ ଦେଇଥିଲେ। ଲମ୍ବା ଅପରେସନ୍‌ ଯୋଗୁ ଥକି ଯାଇଥିବା ଡିଆର୍‌ଜି ଯବାନଙ୍କୁ କ୍ୟାମ୍ପ୍‌କୁ ଫେରାଇ ଆଣିବା ପାଇଁ ଆଜି ପିକ୍‌ଅପ୍‌ ଭ୍ୟାନ୍‌ ଯାଇଥିଲା। ପାଖାପାଖି ୨୦ଜଣ ଯବାନ ଗାଡ଼ିରେ ବସି କ୍ୟାମ୍ପ୍‌କୁ ଫେରିବା ରାସ୍ତାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ଗାଡ଼ିକୁ ଉଡ଼ାଇ ଦେଇଥିଲେ। ଘଟଣାସ୍ଥଳରେ ୮ଯବାନ ସହିଦ ହୋଇଥିଲେ। ସହିଦ ଯବାନମାନେ ହେଲେ କୋରସା ବୁଦ୍ଧୁରାମ, ସୋମଡ଼ୁ ବେଟିଲି, ଦୁମ୍ମା ମାଡ଼କାମ, ବମନ ସୋଡ଼ି, ହରିଶ କୋରାମ, ପଣ୍ଡରୁ ପୋୟମ, ସୁଦର୍ଶନ ବେଟି ଓ ସୁଭରନାଥ ୟାଦବ। ଭ୍ୟାନ୍‌ ଡ୍ରାଇଭର୍‌ଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୮ରୁ ଅଧିକ ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଏୟାରଲିଫ୍ଟ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    27 %
    2.2kmh
    61 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    26 °

    ସମ୍ବନ୍ଧିତ