Sunday, October 4, 2026
23.6 C
Odisha

    ଘରୋଇ ପୁଞ୍ଜି ନିବେଶରେ ଓଡ଼ିଶା ଶୀର୍ଷରେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଘରୋଇ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ବିକଶିତ ରାଜ୍ୟଙ୍କୁ ପଛରେ ପକାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ରିପୋର୍ଟରୁ ଜଣାପଡ଼ିଛି। ଏହା ଦେଶରେ ସର୍ବାଧିକ ନିବେଶର ରେକର୍ଡ।

    ରିପୋର୍ଟ ଅନୁସାରେ, ଜୁନ୍ ତ୍ରୟମାସରେ ସାରା ଦେଶରେ ଘରୋଇ କ୍ଷେତ୍ରରେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିର ୧.୪ ଲକ୍ଷ କୋଟି ତୁଳନାରେ ଦ୍ୱିଗୁଣିତ। ଏହି ନିବେଶର ୮୫.୭% ଶୀର୍ଷ ୫ଟି ରାଜ୍ୟରେ ହୋଇଛି, ଯେଉଁଥିରେ ଓଡ଼ିଶା ଶୀର୍ଷରେ ରହିଛି। ଓଡ଼ିଶା ପରେ ଆନ୍ଧ୍ରପ୍ରଦେଶରେ ୪୭,୧୧୦.୭ କୋଟି ଓ ହରିୟାଣାରେ ୪୫,୯୩୦ କୋଟି ଟଙ୍କାର ନିବେଶ ହୋଇଛି। ଇଣ୍ଡିଆ ରିସର୍ଚ୍ଚ ନିର୍ଦେଶକ ପାରସ ଜସରାଏ କହିଛନ୍ତି, “ବୈଶ୍ୱିକ ଯୁଦ୍ଧ ଓ ଟାରିଫ ଯୋଗୁ କମ୍ପାନୀମାନେ ନୂଆ ପ୍ରକଳ୍ପ ଘୋଷଣା କରିବା ପୂର୍ବରୁ ଅନେକ ଥର ଚିନ୍ତା କରୁଛନ୍ତି।” ଏନ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ ସାକ୍ଷୀ ଗୁପ୍ତା କହିଛନ୍ତି, “ଘରୋଇ କ୍ଷେତ୍ରରେ ଦୃଢ଼ ଚାହିଦା ଜାରି ରହିଲେ ନିବେଶ ଆକର୍ଷଣରେ ଏହା ସହାୟକ ହେବ।” ଚଳିତ ଆର୍ଥିକ ବର୍ଷରେ ଘରୋଇ କ୍ଷେତ୍ରରେ ୪.୯ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରହିଛି, ଯାହା ଗତ ବର୍ଷ ୬.୬ ଲକ୍ଷ କୋଟି ତୁଳନାରେ କମ ହେଲେ ମଧ୍ୟ ନିବେଶକଙ୍କ ଆଗ୍ରହକୁ ଦର୍ଶାଉଛି। ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ କହିଛନ୍ତି, “ପାର୍ବଣ ଋତୁ ଯୋଗୁ ଅଗଷ୍ଟରୁ ଘରୋଇ ଚାହିଦାରେ ଉନ୍ନତି ଆସିବ, ଯାହା ନିବେଶ ପରିବେଶକୁ ଆହୁରି ସୁଦୃଢ଼ କରିବ।”

    ଓଡ଼ିଶାରେ ଧାତବ ଓ ଧାତବ ଉତ୍ପାଦ କ୍ଷେତ୍ରରେ ୧.୪ ଲକ୍ଷ କୋଟି, ବିଜୁଳି କ୍ଷେତ୍ରରେ ୬୩,୨୦୭ କୋଟି ଓ ପରିବହନ କ୍ଷେତ୍ରରେ ୪୪,୮୯୩ କୋଟି ଟଙ୍କାର ନିବେଶ ହୋଇଛି। ଏପ୍ରିଲ-ମେ’ ଅବଧିରେ ସରକାରୀ ପୁଞ୍ଜି ଖର୍ଚ୍ଚ ୫୪% ବୃଦ୍ଧି ପାଇ ୨.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପରିସଂଖ୍ୟାନ ମନ୍ତ୍ରାଳୟ ଅନୁସାରେ, ଚଳିତ ତ୍ରୟମାସରେ ୩୨୪ଟି ନୂଆ ଘରୋଇ ପ୍ରକଳ୍ପ ଘୋଷଣା ହୋଇଛି। ଓଡ଼ିଶା ସରକାରଙ୍କ ନୀତିଗତ ପଦକ୍ଷେପ, ଉନ୍ନତ ବାଣିଜ୍ୟିକ ପରିବେଶ ଓ ଭିତ୍ତିଭୂମି ଉନ୍ନୟନ ଯୋଗୁ ରାଜ୍ୟ ନିବେଶକଙ୍କ ପାଇଁ ପସନ୍ଦର ଗନ୍ତବ୍ୟ ସ୍ଥଳ ହୋଇପାରିଛି। ରାଜ୍ୟକୁ ନିବେଶରେ ଟପ୍-୩ରେ ରଖିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ