Friday, September 4, 2026
28.2 C
Odisha

    କାମ ଦେଲାନି ନାଟକ; ବିଜେପି ନେତା ଜଗା ପ୍ରଧାନ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗିରଫ ହେଲେ ବିଜେପି ନେତା ଜଗା ଓରଫ୍ ଜଗନ୍ନାଥ ପ୍ରଧାନ । ଅତି ନାଟକୀୟ ଢ଼ଙ୍ଗରେ ଆଜି ରାତିରେ ସେ ନିଜର ସମର୍ଥକଙ୍କ ଗହଣରେ ଡିସିପି ଅଫିସ୍ ଆସି ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ଗିରଫ ଦର୍ଶାଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ନାମଂଜୁର କରିବା ପରେ ୧୪ ଦିନ ପାଇଁ ଝାରପଡ଼ା ଜେଲ୍ ହାଜତକୁ ଯାଇଛନ୍ତି । ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବା ମାଷ୍ଟର ମାଇଣ୍ଡ କୁହାଯାଉଥିଲା । ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେହି ସମାନ ଦଫାରେ ଜଗାଙ୍କୁ ଗିରଫ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    70 %
    1.6kmh
    81 %
    Fri
    28 °
    Sat
    31 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ