Saturday, January 24, 2026
15.1 C
Odisha

    ବିଜିନେସ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ସ : ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ ପୂର୍ବାଂଚଳରେ ପ୍ରଥମ, ଦେଶରେ ପଂଚମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ଇଂରାଜୀ ପତ୍ରିକା ବିଜିନେସ୍ ୱାର୍ଲ୍ଡ ଦ୍ୱାରା ପ୍ରସ୍ତୁତ ଟପ୍ ୧୦୦ ଲ’ ସ୍କୁଲ୍ ର‌୍ୟାଙ୍କିଙ୍ଗ୍‌ସର ତୃତୀୟ ସଂସ୍କରଣରେ ପୂର୍ବାଂଚଳରେ ୧ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ସାରା ଦେଶରେ ପଂଚମ ସ୍ଥାନରେ ରହିଛି । ଆଇନ୍ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥାଏ । ଗତ ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଇନ୍‌ଟରନ୍ୟାସ୍‌ନାଲ୍ ସେଂଟର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ଆର୍‌. ମିଧା, ବିଜିନେସ୍ ୱାର୍ଲ୍ଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅନୁରାଗ ବାତ୍ରା ଏବଂ ସୁପ୍ରିମ୍‌କୋର୍ଟ ବରିଷ୍ଠ ଆଇନଜୀବି ଶ୍ରୀମତି ଗୀତା ଲୁଥ୍‌ରା ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ସୋଆ ପକ୍ଷରୁ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ଓ କର୍ପୋରେଟ୍ ରିଲେସନ୍ସର ନିର୍ଦ୍ଦେଶକ ଶ୍ରୀ ରିପ୍ତି ରଞ୍ଜନ ଦାଶ ଓ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ୍‌ଜୀବି, ଶିକ୍ଷାବିତ୍ ତଥା ବିଭିନ୍ନ ଆଇନ କଲେଜର ପ୍ରଫେସର ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ ଅନୁଯାୟୀ ୨୦୨୩ରେ ସ୍ନିଲ୍ ଦେଶରେ ୮ମ ସ୍ଥାନରେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    78 %
    1.7kmh
    0 %
    Sat
    29 °
    Sun
    30 °
    Mon
    31 °
    Tue
    32 °
    Wed
    32 °

    ସମ୍ବନ୍ଧିତ