Monday, December 8, 2025
13.6 C
Odisha

    ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଅବିନାଶ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ହୋଇଛନ୍ତି ସାମିଲ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟଙ୍କଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅବିନାଶ। ଢେଙ୍କାନାଳ ଖଡଗପ୍ରସାଦର ଡକ୍ଟର ଅବିନାଶ ସାମଲ ସମାଜ ସେବାରେ ନିଜକୁ ବ୍ରତୀ କରିଛନ୍ତି। ସାଂସଦ ମାନସ ମଙ୍ଗରାଜ କହିଛନ୍ତି- ଅବିନାଶ ହେଉଛନ୍ତି ଢେଙ୍କାନାଳର ଜଣେ ପ୍ରସିଦ୍ଧ ଡାକ୍ତର ଓ ଉଦ୍ଯୋଗବିତ୍। ମୁଖ୍ଯମନ୍ତ୍ରୀଙ୍କ ବିକାଶର ପର୍ବରେ ସେ ଅନୁପ୍ରାଣୀତ ହୋଇଛନ୍ତି। ତାଙ୍କର ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ। ଅବିନାଶ କହିଛନ୍ତି ଯେ ଗତ ୧୦ ବର୍ଷରେ ବିଜେଡିର ଯେଉଁ କାମ ରହିଛି, ସେଥିରେ ତାଙ୍କର କିଛି ଯୋଗଦାନ ରହିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଗ୍ଲୋବାଲ ସ୍ତରକୁ ନେଉଛନ୍ତି। ତାଙ୍କ ନିର୍ଦ୍ଦେଶରେ ସେବା କରି ଚାଲିବି ବୋଲି କହିଛନ୍ତି ଅବିନାଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.6 ° C
    13.6 °
    13.6 °
    39 %
    1.2kmh
    91 %
    Mon
    26 °
    Tue
    26 °
    Wed
    26 °
    Thu
    26 °
    Fri
    26 °

    ସମ୍ବନ୍ଧିତ